କୋରାପୁଟ, ୨୬/୦୧ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ୭୭ ତମ ଗଣତନ୍ତ୍ର ଦିବସ ମହାଆଡମ୍ବର ସହିତ ପାଳିତ ହୋଇଯାଇଛି । ଏହି ଉତ୍ସବ ସମସ୍ତ ଜାତୀ ଧର୍ମ , ଭାଷା ଓ ବର୍ଣ୍ଣ ଗୋଟିଏ ପତାକା ତଳେ ଆମେ ସମସ୍ତେ ଭାରତୀୟ ଭାବରେ ପରିଚୟ ଦେଇଥାଏ । ତହିଁରେ ଆମେ ସବୁ ଭାରତବାସୀ ଭାବେ ଗର୍ଭ ଅନୁଭବ କରିଥାଉ । ବିଶେଷ କରି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ଗ୍ରାମପଞ୍ଚାୟତ ପରିସରରେ ଥିବା ସ୍କୁଲ, ପି ଏମ ଶ୍ରୀ ଜୁନିଅର୍ କଲେଜ, ହସ୍ପିଟାଲ୍, ପଞ୍ଚାୟତ ଓ ଲ୍ୟାମ୍ପସ୍ ରେ ଅଖଣ୍ଡ ଭାରତର ଗୌରବ ଟେକରଖି ଉତ୍କଳ ଜନନୀର ସ୍ଲୋଗାନ ଓ ଦେଶଭକ୍ତି ସଙ୍ଗୀତରେ କମ୍ପି ଉଠିଲା । ତା ସହିତ ପୋଡ଼ାଗଡ ଗ୍ରାମ ପଞ୍ଚାୟତର ଗ୍ରାମ୍ୟ ସଭା ଅନୁଷ୍ଠିତ ହୋଇଥିଲା । ଗ୍ରାମ୍ୟ ସଭାରେ ସମସ୍ତ ୱାର୍ଡ଼ମେମ୍ବର, ପ୍ରତ୍ୟେକ ରେଭନ୍ୟୁ ଭିଲେଜର ମେଟ୍ ଓ ପଞ୍ଚାୟତର ବୁଦ୍ଧିଜୀବୀ ଓ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସଭାକୁ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଉତ୍ସ ଭୋଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କରାଯାଇଥିଲା । ଉକ୍ତ ବୈଠକରେ ପଞ୍ଚାୟତ ଅଧିକାରୀ ଶ୍ରୀ ଗଣେଶ୍ୱର କୁଲଦୀପ, ନୋଡାଲ ଅଧିକାରୀ ଦାୟିତ୍ୱରେ ଥିବା ଶ୍ରୀ ଅମିତ୍ କୁମାର ଖସ୍ଲା ଉପସ୍ଥିତ ରହି ଉଭୟେ ସରକାରୀ କାର୍ଯ୍ୟ ଗୁଡ଼ିକ କିପରି କାର୍ଯ୍ୟକାରି ହେବ ଓ ବହୁ ପରିମାଣରେ କାର୍ଯ୍ୟ ଲୋକମାନଙ୍କୁ ଯୋଗାଇ ଦିଆଯିବ ଓ ଜବ୍ କାର୍ଡ ଗୁଡ଼ିକ ସମସ୍ତଙ୍କର କିପରି ସକ୍ରିୟ ହେବ ଓ ପୋଡ଼ାଗଡ ଗ୍ରାମ ପଞ୍ଚାୟତ କିପରି ଉନ୍ନତ ଓ ଗୋଟିଏ ଆଦର୍ଶ ଗ୍ରାମ ପଞ୍ଚାୟତ ହେବ ତାହିରି ଉପରେ ଉପସ୍ଥିତ ଥିବା ସମସ୍ତଙ୍କୁ ଉତ୍ସାହପୂର୍ଣ୍ଣ ବକ୍ତୃତ୍ଵ ଦେଇଥିଲେ । ଏହି ବୈଠକରେ ଆସିଥିବା ବିଭିନ୍ନ ଅଭିଯୋଗ ଗୁଡିକ ସଠିକ୍ ଓ ଉଚିତ୍ ସମୟରେ କାର୍ଯ୍ୟକାରି କରିବାକୁ ନିଷ୍ପତ୍ତି ଓ ପ୍ରତିଶ୍ରୁତି ଦେଇଥିଲେ । ଏବଂ ଗ୍ରାମ ପଞ୍ଚାୟତର ସମସ୍ତ ସମ୍ପତ୍ତିକୁ କିପରି ଠିକ୍ ବିନିଯୋଗ ହେବ ତା ପ୍ରତି ମଧ୍ଯ ଧ୍ୟାନ ଆକର୍ଷଣ କରାଯାଇଥିଲା । ତତ୍ପରେ ପଞ୍ଚାୟତ ଅଧିକାରୀ ଶ୍ରୀ ଗଣେଶ୍ୱର କୁଲଦୀପ କରଯୋଡ ଓ ଧନ୍ୟବାଦ୍ ସହ ସମସ୍ତଙ୍କ ସହମତିରେ ବୈଠକଟିକୁ ସାଙ୍ଗ କରାଗଲା ।
କୋରାପୁଟରୁ ଜିଲ୍ଲା ପ୍ରତିନିଧି ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ୍ ନୀୟୁସ୍
