Hot Posts

6/recent/ticker-posts

ରାୟଗଡା ଜ଼ିଲ୍ଲା ର ଉପେକ୍ଷିତ ଶାଶୁବୋହୁ ଓ ବାସଙ୍ଗ ମାଳି ଠାରେ 77 ତମ ଗଣତନ୍ତ୍ର ଦିବସ ମହା ଆନନ୍ଦ ରେ ପାଳିତ l

ରାୟଗଡ଼ା, ୨୬/୦୧ ( ଭି. ଗୌରି ଶଙ୍କର ରାଓ ) : କାଶୀପୁର ବ୍ଲକ ର ବହୁଚରଚିତ ଖଣି ଖାଦାନ ରେ ଭର ପୁର ଥିବା ଶାଶୁ ବୋହୁ ମାଳି ଓ ବାସଙ୍ଗ ମାଳି ଠାରେ ନିୟମଗିର ଚରେଟାଵଲେ ଟ୍ରଷ୍ଟ ଓ ଆଦିବାସୀ ସଂଗ୍ରାମୀ ଭାଇ ମାନଙ୍କ ମିଳିତ ଆନୁକୂଲ୍ୟରେ ଅତି ଆନନ୍ଦ ଓ ଉଲ୍ଲାସ ରେ ଗଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଭାରତ ର ସ୍ୱାଧୀନତା ର ଦୀର୍ଘ ବର୍ଷ ପରେ ପ୍ରଥମ ଥର ଏହି ଉପେକ୍ଷିତ ଖଣି ଖାଦାନ ରେ ଭର ପୁର ଥିବା ଅଂଚଳ ରେ ପ୍ରଥମ ଥର ଗ୍ରାମବାସୀ ମାନେ ଆଜି ର ଦିବସ ଯେ ସମ୍ଭିଧାନ ଓ ଗଣ ତନ୍ତ୍ର ଦିବସ ବୋଲି ଜାଣିପାରିଛନ୍ତି l ସର୍ବ ପ୍ରଥମେ ଶାଶୁବୋହୁ ମାଳି ଗ୍ରାମରେ ରାୟଗଡା ଜ଼ିଲ୍ଲା ର ବରିଷ୍ଟ ସାମ୍ବାଦିକ ସମାଜସେବୀ ତଥା ନିୟମଗିରି ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରୀ ଅନୁବ୍ରତ ବାରା ଙ୍କୁ ପୁଲ ମାଳା ପିନ୍ଧାଇ ମା ଓ ଗ୍ରାମବାସୀ ମାନେ ସ୍ୱାଗତ କରି ଗ୍ରାମ ଭିତରେ ବୁଲାଇ ବା ସହ ଭାରତ ମାତା ଙ୍କ ଜୟ ଓ ସମ୍ଭିଧାନ ରଚୟିତା ଡ଼କ୍ଟର ବାବା ସାହେବ ଆମ୍ବେଦକର ଙ୍କ ଜୟ ଧ୍ଵନି ରେ ଶାଶୁବୋହୂମାଳୀ କୋମ୍ପି ଉଠିଥିଲା l ସ୍ଥାନୀୟ ବାଦ୍ୟ ଓ ସଂଗୀତ ରେ ଗାଁ ଆନନ୍ଦ ରେ ଭରି ଯାଇଥିଲା, ଏହା ଏକ ନୂତନ ଇତିହାସ କହିଲେ ଉତୀୟକ୍ତ ହେବ ନାହିଁ l ପ୍ରଥମ ଥର ଶାଶୁମାଳୀ ଗ୍ରାମରେ ଜାତୀୟ ପତକା ଧରି ଗ୍ରାମ ଟିକୁ ଏକ ପ୍ରକ୍ରୁତ ଗଣତନ୍ତ ପର୍ବ ରେ ପରିଣତ ହୋଇଉଠିଥିଲା l ଛୋଟ ଶିଶୁ ଠୁ ଆରମ୍ବ କରି ବୁଢା ବୁଢ଼ୀ ଏହି ଗଣ ତନ୍ତ୍ର ପର୍ବ ରେ ସାମିଲ ହୋଇଥିଲେ l କିନ୍ତୁ ପରିତାପର ବିଷୟ ଯେ ଏହି ଗ୍ରାମ ଗୁଡିକ ମାନବ ଅଧିକାର ଓ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି, ଗ୍ରାମ ବାସି ଙ୍କ କହିବାନୁଯାୟୀ ବହୁତ ସରକାର ଆସିଲେ ଣି ଓ ଗଲେଣି କିନ୍ତୁ ଆମର ମୌଳିକ ସୁବିଧା ଯଥା ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଗୋମନା ଗୋମନ କ୍ଷେତ୍ରରେ ଆପହଂଚ ରେ ପହଂଚି ଛି l ବିଶେଷ ଭାବରେ ଓଡିଶା ର ପ୍ରୋଗତି ବିଭିନ୍ନ ସରକାର କହୁଥିବା ବେଳେ ଏଠାରୁ ଶିକ୍ଷିତ ଯୁବକ ମାନେ ଦାଦନ ଖଟି ବାକୁ ବମ୍ବେ ଯାଉଥିବା ଗ୍ରାମବାସୀ ମାନେ ସାମ୍ବାଦିକ ଶ୍ରୀ ଅନୁବ୍ରତ ବାରା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଏହା ମଧ୍ୟ ଅଭିଯୋଗ କରି କହିଥିଲେ ଯେ ମୈତ୍ରୀ କମ୍ପାନୀ ଆମ ମାଳି କୁ ନେବା ପାଇଁ କିଛି କାଶୀପୁର ଦଲାଲ ମାନଙ୍କ ଜରିଆରେ ନିରୀହ ଆଦିବାସୀ ମାନଂକ ମଧ୍ୟରେ ଫାଟ ସୃଷ୍ଟି କରିବା ସହ ଶାନ୍ତି ରେ ବସ ବାସ କରୁଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି ଙ୍କ ଭିତରେ କଂଦଳ ସୃଷ୍ଟି କରୁଛି, ଜୀବନ ଯିବ ପଛେ ମୈତ୍ରୀ କମ୍ପାନୀ ଙ୍କୁ ମାଳି ଦେବୁ ନାହିଁ ବୋଲି ଗ୍ରାମ ବାସି ନିଜର କ୍ଷୋଭ ପ୍ରକାଶ କରିଥିଲେ l ଆଜିର ଏହି ପବିତ୍ର ଗଣ ତନ୍ତ୍ର ଦିବସ ରେ ମିୟମ ଗିରି ଟ୍ରଷ୍ଟ ର ସଦସ୍ୟ ଶ୍ରୀ ରାମଚନ୍ଦ୍ର ମାଝୀ, ବଲ୍ଲୀ ମାଝୀ ରାଜେନ୍ଦ୍ର ନାୟକ, ରହିତଦାସ ଗରଡ଼ିଆ, ମୋହନ ମାଝୀ, ଶଙ୍କର ମାଝୀ ସଞ୍ଜୟ ନାୟକ, ସୁନୀଲ ପାତ୍ର ଓ ଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ