ଆଦର୍ଶ ଶିକ୍ଷକଙ୍କ ପରଲୋକ
ବରୀ, ୦୬/୦୧ ( ରଂଜିତ ମହାନ୍ତି ) : ବରୀ ଶିକ୍ଷା ମଣ୍ଡଳ ଅଧୀନ ଉଦୟନାଥପୁର ଗ୍ରାମର ବରିଷ୍ଠ ଶିକ୍ଷକ ମନ୍ମଥ ଚନ୍ଦ୍ର ମଲ୍ଲିକ(୬୨)ଙ୍କର ପରଲୋକ ଘଟିଛି। ସେ ଅସୁସ୍ଥ ହୋଇ ଭୁବନେଶ୍ବରରଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶେଷ ଦର୍ଶନ ଲାଗି ସୁନାମୁହିଁ– ଚାରିମାଣିଆ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନିଆଯାଇଥିଲା। ସେଠାରେ ବରୀ ଅଞ୍ଚଳର ବହୁ ଶିକ୍ଷାବିତ୍, ବୁଦ୍ଧିଜୀବୀ, ଶିକ୍ଷକ ଓ ଗ୍ରାମବାସୀ ଶେଷ ଦର୍ଶନ କରିବା ପରେ ରେ ଶୋଭଭାଯାତ୍ରାରେ ମୃତ ମୃତଦେହକୁ ନେଇ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯାଇଛି। ତାଙ୍କ ପୁତ୍ର ଜ୍ଞାନ ନରଞ୍ଜନ ମୁଖାଗ୍ନି ଦେଇଥିବା ବେଳେ ବଡ଼ଭାଇ ନାରାୟଣ, ପ୍ରସନ୍ନ ସାମଲ, ବିଜୟ କୁମାର ଦାଶ, ବିଚିତ୍ରା ନନ୍ଦ ମହାକୁଡ଼ ପ୍ରମୁଖ ଗ୍ରାମର ବହୁ ବରିଷ୍ଠ ବ୍ଯକ୍ତି ଉପସ୍ଥିତ ଥିଲେ।