ଧନୁଯାତ୍ରା ଗାଡି ଓଲଟିଲା ଘାଟିରେ
ଝରିଗାଁ, ୨୯/୦୧ ( ନକୁଳ ଭତ୍ରା ) : ଝରିଗାଁ ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଧନୁଯାତ୍ରା ଗାଡି ଓଲଟି ୬ ଜଣ ଆହତ ଆହତଙ୍କୁ ଚନ୍ଦାହାଣ୍ଡି ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ର କୁ ନିଅ ଯାଇଥିବା ବେଳେ ସାମାନ୍ୟ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡିଛି | ସୂଚନା ପ୍ରକାରେ ପାଖାପାଖି ତିନିଶହ କିଲୋମିଟର ଦୂର ବଲାଙ୍ଗୀରି ଅଞ୍ଚଳ ଲାଟର ଗତ 22 ଜାନୁଆରୀ ରୁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡା ଗ୍ରାମର ଅନୁଷ୍ଠିତ ମଣ୍ଡେଇ ପର୍ବ ରେ କଂସ ନାଟକ ପରିବେଷଣ କରି ପେରୁଥିବା ବେଳେ ଚନ୍ଦାହାଣ୍ଡି ଘାଟିରେ ଘଟିଲା ଏହିଁ ଦୁର୍ଘଟଣା ଏହି ଘଟି ଆଜି ମଣିଷ ଖିଆ ଘଟି ପାଲଟିଯାଇଛି | ପ୍ରତି ବର୍ଷ ଏଠି ଦୁର୍ଘଟଣାରେ ଅନେକ ଧନଜୀବନ କ୍ଷୟ କ୍ଷତି ଘଟୁଛି। ତେବେ ଝରିଗାଁ ରୁ ଚନ୍ଦାହାଣ୍ଡି ଦେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏହି ଗାଡିଟି ବ୍ରେକ ଫେଲ କାରଣରୁ ଭାରସ୍ୟାମ ହୋରାଇ ଓଲଟି ପଡିଥିଲା | ଯାହା ସୌଭାଗ୍ୟ ବଶତଃ ଗାଡ଼ିରେ ଥିବା ଆଠ ଜଣ ଗାଡ଼ିରୁ ଛିଟିକି ପଡି ବଞ୍ଚିଯାଇଥିଲେ | ଗାଡିଟି ପୋଲଟି ମାରି ସୁମ୍ପୂର୍ଣ ଚୁରମାର ହୋଇଯାଇଥିଲା | ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ମୂର୍ତହାତ ହୋଇଥିବା ବେଳେ କିଏ ରାସ୍ତାରେ ଟେକ୍ନିକାଲ ସମସ୍ୟା ଥିବା କହୁଛନ୍ତି | ତ କିଏ ଦୈବିକ ଶକ୍ତି ଲାଗି ଏଭଳି ଘଟଣା ଘଟୁଥିବା କୁହନ୍ତି | କିନ୍ତୁ ଏହି ସ୍ଥାନରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ପ୍ରଶାସନ ଏଥିପ୍ରତି ସଜାଗ ନହେଲେ ଅନେକ ଧନ ଜୀବନ କ୍ଷୟ କ୍ଷେତି ହେବାର ଆଶଙ୍କା ରହିଛି |