Hot Posts

6/recent/ticker-posts

ରାୟଗଡ଼ାରେ ଆସ୍ମିତା ଖେଳୋ ଇଣ୍ଡିଆ ମହିଳା ଭାରଉତ୍ତୋଳନ ସିଟି ଲିଗ୍–୨୦୨୬ ସଫଳତାର ସହ ଅନୁଷ୍ଠିତ

ରାୟଗଡ଼ା, ୨୯/୦୧ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ସହରରେ ଆସ୍ମିତା ଖେଳୋ ଇଣ୍ଡିଆ ମହିଳା ଭାରଉତ୍ତୋଳନ ସିଟି ଲିଗ୍–୨୦୨୬ ଉତ୍ସାହ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା କାର୍ଯ୍ୟକ୍ରମଟି ରାୟଗଡ଼ା ଜିଲ୍ଲା ଭାରଉତ୍ତୋଳନ ସଂଘର ସହଯୋଗରେ ସହିଦ୍ ଲକ୍ଷ୍ମଣ କ୍ରୀଡା ଏବଂ ସଂସ୍କୃତିକ ସଂଘ ପକ୍ଷରୁ ଆୟୋଜିତ କରାଯାଇଥିଲା। ମହିଳା କ୍ରୀଡ଼ାବିଦଙ୍କ ପ୍ରତିଭା ଉଦ୍‌ଘାଟନ ଓ କ୍ରୀଡାକ୍ଷେତ୍ରରେ ସେମାନଙ୍କୁ ଆଗକୁ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ପ୍ରତିଯୋଗିତାକୁ ଓଡ଼ିଶା ରାଜ୍ୟ ଭାରଉତ୍ତୋଳନ ସଂଘର ସଚିବ ଶ୍ରୀ ଗୋପାଳ କୃଷ୍ଣ ଦାସ ସୁଚାରୁ ଭାବେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ବିଧାୟକ ଶ୍ରୀ ଆପଲା ସ୍ୱାମୀ କଦ୍ରକା ଯୋଗଦେଇ ମହିଳା ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ ଏପରି କ୍ରୀଡା ପ୍ରତିଯୋଗିତା ଯୁବତୀମାନଙ୍କୁ ଆତ୍ମବିଶ୍ୱାସ ଓ ସଶକ୍ତିକରଣର ପଥରେ ଆଗକୁ ନେଇଯାଏ। ବିଶେଷ ଅତିଥି ଭାବେ ଓଲିମ୍ପିଆନ୍ ଅର୍ଜୁନ ପୁରସ୍କାର ପ୍ରାପ୍ତ ଡିଏସପି (ପୋଲିସ ବିଭାଗ) କେ. ରବିକୁମାର ଉପସ୍ଥିତ ରହି କ୍ରୀଡାବିଦଙ୍କୁ ପ୍ରେରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ରାୟଗଡ଼ା ଜିଲ୍ଲା ଭାରଉତ୍ତୋଳନ ସଂଘର ସଂପାଦକ ଓ ସହିଦ୍ ଲକ୍ଷ୍ମଣ କ୍ରୀଡା ଏବଂ ସଂସ୍କୃତିକ ସଂଘର ସଭାପତି ଶ୍ରୀ ଦୋରା କଣ୍ଡାଗରୀ ସଫଳ ଭାବେ ପରିଚାଳନା କରିଥିଲେ। ଆନ୍ତର୍ଜାତୀୟ ପାୱରଲିଫ୍ଟର ରବିନାରାୟଣ ନାୟକଙ୍କ ସକ୍ରିୟ ସହଯୋଗ କାର୍ଯ୍ୟକ୍ରମକୁ ଆହୁରି ସାର୍ଥକ କରିଥିଲା।