Hot Posts

6/recent/ticker-posts

ଅଜାଣବନ ଶୋଭନୀୟ ଶିକ୍ଷାଶ୍ରମ ରେ ଶିଶୁ ମହୋତ୍ସବ ଉଦ୍‌ଘାଟିତ

ବରୀ, ୨୪/୦୧ ( ରଂଜିତ ମହାନ୍ତି ) : ସ୍ଥାନୀୟ ଅଜାଣବନ ଶୋଭନୀୟଶିକ୍ଷାଶ୍ରମ, ମେଦୁଆକୂଳ ପରିସରରେ ‘ଶିଶୁ ମହୋତ୍ସବ’ ଉଦ୍‌ଘାଟିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୃନ୍ଦାବନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦ୍ଵୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନେତା କର୍ଣ୍ଣଚନ୍ଦ୍ର ଘଡାଇ, ମକରଧ୍ଵଜ ସାହୁ, ନାଟ୍ୟକାର ଅଭୟ କୁମାର ଶତପଥୀ, କରୁଣାକର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷାଶ୍ରମର ମୁଖ୍ୟ ସେବକ ଡଃନୃସିଂହ ଚରଣ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ୮ ଦିନ ବ୍ୟାପି ହେବାକୁଥିବା କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା ସହିତ ନେତାଜୀଙ୍କ ଜୟନ୍ତୀ ପାଳନ ଅବସରରେ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ୱାନ ଦେଇଥିଲେ । ଉପସ୍ଥିତ ଅତିଥିମାନେ ବିଭିନ୍ନ କବିତା ଓ ଦେଶାତ୍ମବୋଧକ ସଂଗୀତ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ସୌଭାଗ୍ୟ କୁମାର ଜେନା, ସମସ୍ତ ଗୁରୁଜୀ/ଗୁରୁମାମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ ପାଇଁ ମତାମତ ଉପସ୍ଥାପନ କରିଥିଲେ । ଆଜି ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ, ସରସ୍ବତୀ ପୂଜା, ନୂତନ ବର୍ଷପାଇଁ ନାମଲେଖା ଓ ଖଡିଛୁଆଁ ଉତ୍ସବ ପାଳିତ ହୋଇଯାଇଛି । ୨୫ ରୁ ଉର୍ଦ୍ଧ୍ବ ଛାତ୍ର/ଛାତ୍ରୀ ନାମ ଲେଖାଇଥିଲେ । ଆସନ୍ତା ବୁଧବାର ଜିଲ୍ଲାସ୍ତରୀୟ ଶିଶୁ ପ୍ରତିଭା ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୦୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଶଂଗ୍ରହଣ କରିବାର ଆକଳନ କରାଯାଇଛି। ସମସ୍ତ ଅଭିଭାବକ ଓ କର୍ମକର୍ତା ଉପସ୍ଥିତ ରହିବାକୁ ବକ୍ତାମାନେ ପ୍ରସ୍ତାବ ରଖିଥିଲେ । ପରିଶେଷରେ ମିହିର କୁମାର ଜେନା ଧନ୍ୟବାଦ ଅର୍ପଣକରିଥିଲେ ।