Hot Posts

6/recent/ticker-posts

ଶୀତ କାଳୀନ ସ୍ୱତନ୍ତ୍ର ଶିବିର ଉଦଯାପିତ

କର୍ଲାମୁଣ୍ଡା, ୨୪/୦୧ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଜୁନିଅର କଲେଜ ଠାରେ ସାତଦିନିଆ ଜାତୀୟ ସେବା ଯୋଜନାର ଶୀତ କାଲିନ ସ୍ୱତନ୍ତ୍ର ଶିବିର ଆନୁକୂଲ୍ୟରେ ପୋଷ୍ୟଗ୍ରାମ ଓଡିଆମୁଣ୍ଡା ଠାରେ ଆଜି ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଠାରେ କର୍ଲାମୁଣ୍ଡା ବ୍ଲକ ହସ୍ପିଟାଲ ତରଫରୁ ଆୟୁସ ଡାକ୍ତର ପ୍ରଣତି ନାଗ, ଫାର୍ମାସିଷ୍ଟ ନିମାଇଁ ଚରଣ ସାହୁ, ସୀମା ଭୋଇ ଉପସ୍ଥିତ ରହି ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଔଷଧ ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଓଡ଼ିଆମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଲ କୁମାର ସମସ୍ତ ସୁବିଧା ସୁଯୋଗ ଦେଇଥିଲେ। ଏହା ସହିତ ଆଜି ସାତଦିନିଆ ଶୀତ କାଳୀନ ସ୍ୱତନ୍ତ୍ର ଶିବିର ଉଦଯାପିତ ହୋଇ ଯାଇଛି। ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ରିଷିଡା ପଂଚାୟତର ସରପଞ୍ଚ ମହୋଦୟା ଶ୍ରୀମତୀ ସେବତୀ ରଣା ଉପସ୍ଥିତ ରହି ସ୍ବେଚ୍ଛାସେବୀ ମାନଙ୍କୁ ମାନବ ସେବା ହିଁ ପରମାତ୍ମାଙ୍କ ସେବା ବୋଲି ଉଦବୋଧନ ଦେଇଥିଲେ। ଜାତୀୟ ସେବା ଯୋଜନାର ଅଧିକାରୀ ଶ୍ରୀ ନୀଳାମ୍ବର ପାତ୍ର ମଞ୍ଚ ପରିଚାଳନା କରିବା ସହିତ ଗୋଷ୍ଠୀ ସେବା ମାଧ୍ୟମରେ ନିଜର ବ୍ୟକ୍ତିତ୍ୱର ବିକାଶ କରିବା ପାଇଁ ଶିବିରର୍ଥୀ ମାନଙ୍କୁ ଉଦବୋଧନ ଦେଇଥିଲେ। ସେହିପରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀ ଉପସ୍ଥିତ ରହି ସମସ୍ତଙ୍କୁ ସେବାହି ମଣିଷର ପରମ କର୍ତ୍ତବ୍ୟ ବୋଲି କହିଁଥିଲେ। ଖେଳ ଶିକ୍ଷକ ଲଳିତ କୁମାର ଦାଶ, ଗ୍ରନ୍ଥ ପାଳ ଚିନ୍ମୟ ରଣା ମଂଚାସୀନ ଥିଲେ ଓ ଅଧ୍ୟାପକ ଗିରିରାଜ ଗହୀର, ଦୁଷ୍ମନ୍ତ ମିର୍ଧା, ତାପସ ରଞ୍ଜନ ସାହୁ, ସନମ କୁମାର ବରିହା, ଅଧ୍ୟାପିକା ଲିମା ପଧାନ, ଶୀତା ରତାଇ, ଜଗଦିଶ ଭୋଇ, ନାରାୟଣ ଗହୀର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ, କଳ୍ପନା ରଣା ସହଯୋଗ କରିଥିଲେ।