ଏମ ଏସ କପ:ଅକରପଡ଼ା କୁ ହରାଇ ଚନ୍ଦନପୁର ଚମ୍ପିୟାନ
ବରୀ, ୧୯/୦୧ ( ରଂଜିତ ମହାନ୍ତି ) : ବରୀ ଅଂଚଳର ସର୍ବ ପୁରାତନ ଉତ୍କଳ ଗୌରବ କ୍ରୀଡା ସଂସଦ,ବାଲିବିଲର ୩୭ତମ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ ହୋଇଯାଇଛି।ଏହି ମ୍ୟାଚ କୁ ଯୁବ ସମାଜସେବୀ ଶୁଭ୍ରଜିତ ଜେନା ଉଦ୍ଘାଟନ କରିଥିଲେ।ଏହି ଉଦଯାପନୀ ଉତ୍ସଵ ରେ କ୍ରୀଡା ସଂସଦର ସଭାପତି ଶୁଭ୍ରାଂଶୁ ସାମଲ ସଭାପତିତ୍ବ କରିଥିଲେ।ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଚାରପତି ଶିତିକଣ୍ଠ ସାମଲ,ମୁଖ୍ୟ ବକ୍ତା ଭାବେ ଅଧକ୍ଷ ପ୍ରମୋଦ କୁମାର ଶତପଥୀ,ସମ୍ମାନୀୟ ଅତିଥି ପ୍ରଫେସର ତଥା ପୂର୍ବତନ ଅଧକ୍ଷ ଦେବ ପ୍ରସାଦ ସାମଲ,ବିରୂପା ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ଅଶୋକ ନାୟକ ଯୋଗ ଦେଇଥିଲେ।କ୍ରୀଡା ସଂସଦ ତରଫରୁ ବୈରଭ ଚୌଧୁରୀ,ପ୍ରତାପ ଦାସ,ଜ୍ୟୋତ୍ସ୍ନା ରାଣୀ ନାଥ ଶର୍ମା,ଅଶୋକ ନାଥ ଶର୍ମା,ହାସ୍ୟ ଅଭିନେତା ରାଜୁ ଦାସ,ଚିତ୍ତରଞ୍ଜନ ଦାସ ,ନିର୍ମଳ ଯତୀ,ଧୀରେନ୍ଦ୍ର ନାଥ ଜେନା ,ଅଜିତ ବେଉରିଆଙ୍କୁ ସଂସଦ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଫାଇନାଲ୍ ମ୍ୟାଚ ରେ ଟସ ଜିତି ଡବ୍ଲୁ ସିସି ଚନ୍ଦନପୁର ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।ପ୍ରଥମେ ଏନ ଜେ ଏସ ଅକରପଡ଼ା ନିର୍ଦ୍ଧାରିତ ୨୦ ଓଭର ଖେଳି ୧୬୩ ରନ କରିଥିଲା।ପ୍ରତି ଜବାବରେ ଚନ୍ଦନପୁର ୧୫.୪ ଓଭର ରେ ୩ ୱିକେଟ୍ ହରାଇ ୧୬୮ ରନ କରି ବିଜୟୀ ହୋଇଥିଲା।ଚନ୍ଦନପୁର ପକ୍ଷରୁ ଅଧିନାୟକ ସ୍ୱରାଜ ଚୌଧୁରୀ ସର୍ବାଧିକ ୭୬ ରନ ସଂଗ୍ରହ କରି ମ୍ୟାନ ଅଫ ଦି ଟୁର୍ଣ୍ଣାମେଂଟ ଘୋଷଣା ହୋଇଥିବା ବେଳେ ଦଳ ତରଫରୁ ଅମନ କୁମାର ୩ ଟି ୱିକେଟ ଅକ୍ତିଆର କରିଥିଲେ।ଅନ୍ୟ ପକ୍ଷରେ ଅକରପଡ଼ା ତରଫରୁ ସତରାଜ ଓ ରାଜଶଙ୍କର ଅର୍ଧଶତକ ହାସଲ କରିଥିଲେ। ଫାଇନାଲ୍ ମ୍ୟାଚ୍ ରେ ଜ୍ଞାନ ରଞ୍ଜନ ସ୍ୱାଇଁ ଓ ପ୍ରଶାନ୍ତ ରାଉତ ଖେଳ ପରିଚାଳନା କରିଥିବା ବେଳେ ଅଜୟ ସାମଲ,ଅଶ୍ଵିନୀ ସାମଲ,ସ୍ମୃତି ରଞ୍ଜନ ସାମଲ,ଦେବ କଲ୍ୟାଣ ନାଥ,ବିଭୁ କଲ୍ୟାଣ ନାଥ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍କୋରର ଭାବେ ସ୍ନେହାସିଶ ସାମଲ,ସଞ୍ଜୟ ବେହେରା,ସମ୍ବିତ ସାମଲ,ପ୍ରତୀକ ସ୍ୱାଇଁ ,ବାଦଲ ମିଶ୍ର,ସିଦ୍ଧାର୍ଥ ଶର୍ମା,ଆଶିଷ ସାମଲ, ସହଯୋଗ କରିଥିବା ବେଳେ କ୍ରୀଡା ସଂସଦର ସଦସ୍ୟ ସୁଧାଞ୍ଜୟ ସାମଲ,ଦେବୀଦତ୍ତ ସାମଲ,ଯଯାତି ସାମଲ,ପ୍ରିୟ ରଞ୍ଜନ ସାମଲ,ପ୍ରଶାନ୍ତ ପଢିହାରୀ,ପାର୍ଥ ସାରଥୀ ନାଥ,ଅବିନାଶ ସାମଲ,ଜ୍ଞାନ ରଂଜନ ସାମଲ,ଭକ୍ତି ପ୍ରସାଦ ସାମଲ, ଦେବାଶିଷ ସାମଲ,ପୃଥ୍ୱୀରାଜ ସାମଲ,ଅନୁରାଗ ସାମଲ,ଅନାଦି ନାୟକ ପ୍ରମୁଖ ସହଯୋଗ କରିଥିଲେ।ମହେନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପାଦିତ ହୋଇଥିବାରୁ ଅଶ୍ବିନୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।