ଦୁର୍ବୁତ୍ତ ପୋଡି ଦେଲେ କଲେଜ ବାଡ ଜାଲି, ଛାତ୍ରଛାତ୍ରୀ ମହଲରେ ପ୍ରତିକ୍ରିୟା
ବରୀ, ୧୯/୦୧ ( ରଂଜିତ ମହାନ୍ତି ) : ବରୀ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ବ୍ରାହ୍ମଣୀ କୂଳ କ୍ୟାମ୍ପସ ଗେଟ ନିକଟରେ ବୃକ୍ଷ ରୋପଣ ହୋଇଥିଲା । ଏହି ସ୍ଥାନରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା । କଲେଜ ଏନ ଏନ ଏସ ପକ୍ଷରୁ ଏହି ବୃକ୍ଷ ରୋପଣ କରାଯାଇଥିଲା ବେଳେ ଏହାର ସୁରକ୍ଷା ପାଇଁ ବାଉଁଶ ବାଡ଼ ନିର୍ମାଣ କରାଯାଇଥିଲା । ଭିତରେ ଛେଳି ପଶି ଗଛ ନଷ୍ଟ ନ କରିବାକୁ ବାଡ଼ରେ ପ୍ଲାଷ୍ଟିକ ଜାଲି ଦିଆ ଯାଇଥିଲା । ବହୁ ସମୟରେ ଗଛକୁ ବଞ୍ଚାଇବା ପାଇଁ ଛାତ୍ରଛାତ୍ରୀ ପାଣି ଦିଅନ୍ତି । ହେଲେ କେହି ଦୁର୍ବୁତ୍ତ ଏହି ପ୍ଲାଷ୍ଟିକ ଜାଲିକୁ ପୋଡି ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।