ମହିଳା ସାମ୍ବାଦିକା ସିଲା ପଟ୍ଟନାୟକଙ୍କ ବିୟୋଗରେ ଶୋକ
ବରୀ, ୦୭/୦୧ ( ରଂଜିତ ମହାନ୍ତି ) : ଯୁବା ସାମ୍ବାଦିକା ସିଲା ପଟ୍ଟନାୟକଙ୍କ ଅକାଳ ବିୟୋଗରେ ବରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପକ୍ଷରୁ ଏକ ସ୍ମୃତି ସଭା ବରୀ ମାଉଣ୍ଡ ସ୍ଥିତ ଶକ୍ତିପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଶିଶୁ ସାହିତ୍ୟିକ ଡ଼କ୍ଟର ଅଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଥମେ ସ୍ୱର୍ଗୀୟ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ପରେ ପରେ ମହମବତୀ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା l ସ୍ମୃତି ସଭାରେ ବରିଷ୍ଠ ସାମ୍ବାଦିକ ବାଞ୍ଛାନିଧି ସାହୁ, ପ୍ରଶାନ୍ତ ଦ୍ବିବେଦୀ, ଚୈତନ୍ୟ ଜେନା, ବିଶ୍ଵଭୂଷଣ ଜେନା, ସ୍ନେହାଂଶୁ ମହାନ୍ତି, ସତ୍ୟଜିତ ବାରିକ, ସୁମନ କଲ୍ୟାଣ ଦାସ, ଅରୁଣ ବେହେରା, ଦର୍ଶନ ବେହେରା, ରଞ୍ଜିତ ମହାନ୍ତି, ସୋମେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ତାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କ ରେ ଆଲୋଚନା କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ l