Hot Posts

6/recent/ticker-posts

୨୮ ତମ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ-ଘୁମୁରା ୨୦୨୬

ଭବାନୀପାଟଣା, ୧୦/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ବ୍ଲକ ପ୍ରଶାସନ ତରଫରୁ କଳାହାଣ୍ଡି ଜିଲ୍ଲା ର ସଂବୃଦ୍ଧ ସଂସ୍କୃତି ଓ ପରମ୍ପରା ,କଳା ଓ ଐତିହ୍ୟ କୁ ପ୍ରଚାର ପ୍ରସାର ତଥା ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଭବାନୀପାଟଣା ପଞ୍ଚାୟତ ସମିତି ଅନୁକୂଲ୍ୟ ରେ 28 ତମ କଳାହାଣ୍ଡି ଉତ୍ସବ ଘୁମୁରା -2026 ,କଳାହାଣ୍ଡି ଆରାଧ୍ୟ ଦେବୀ ମାଁ ମାଣିକେଶ୍ବରୀ ଙ୍କ ଠାରେ ଶୁଭ ମନାସି ବୀର ବାଦ୍ୟ ଘୁମୁରା ର ଗୁରୁ ଗମ୍ଭୀର ଛନ୍ଦ ଓ ତାଳେ ତାଳେ ମଶାଲ ଶୋଭା ଯାତ୍ରା ତା -୦୯-୦୧-୨୦୨୬ ସକାଳ -୦୮:୦୦ ଘଣ୍ଟା ସମୟରେ ମନ୍ଦିର ପ୍ରାଙ୍ଗଣ ଠାରୁ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ 9 ଓ 10 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରଥମ ଦିନରେ ମଶାଲ ଶୋଭା ଯାତ୍ରା ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ,ଉପାଧ୍ୟକ୍ଷ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ସମିତି ସଭ୍ୟ /ସଭ୍ୟା ,ସରପଞ୍ଚ ,ଜିଲ୍ଲା ପରିଷଦ ସଭ୍ୟ /ସଭ୍ୟା ,ତହସିଲଦାର ,PEO ,ADEO ତଥା ଅନ୍ୟାନ୍ୟ କର୍ମକର୍ତ୍ତା ମଶାଲ ଶୋଭାଯାତ୍ରା ରେ ସାମିଲ ହୋଇ ଉତ୍ସବ ସ୍ଥଳି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ପୂର୍ବାହ୍ନ -09-30 ମିନିଟ ସମୟରେ ମଶାଲ ସ୍ଥାପନ ଓ ମାଣିକେଶ୍ବରୀ ଙ୍କ ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକ ଭାବେ ମଞ୍ଚ ଉଦଘାଟିତ ହୋଇଥିଲା .ଉଦଘାଟନୀ ଉତ୍ସବ ରେ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପଟ୍ଟଯୋଶୀ ,ବିଧାୟକ ଧର୍ମଗଡ ,ଶ୍ରୀଯୁକ୍ତ ପୁଷ୍ପେନ୍ଦୁ ସିଂଦେଓ ,ଅଧ୍ୟକ୍ଷ ଜିଲ୍ଲା ପରିଷଦ କଳାହାଣ୍ଡି ,ଶ୍ରୀଯୁକ୍ତ ଯୁଗଳ କିଶୋର ପୋଢ଼ , ନିର୍ଦ୍ଦେଶକ କେନ୍ଦ୍ର ସମବାୟ ବ୍ୟାଙ୍କ ,ଶ୍ରୀ କ୍ଷୀରୋଦ ନାଗ ,ତହସିଲଦାର କଳାହାଣ୍ଡି ,ଶ୍ରୀଯୁକ୍ତ ହୃଦାନନ୍ଦ ସାହୁ ,ଦୟାନିଧି ନାଏକ ,ପୁଷ୍ପଲତା ନାଏକ ,ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ,ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ ,ଅଧ୍ୟକ୍ଷ ପଞ୍ଚାୟତ ସମିତି ,ଭବାନୀପାଟଣା ,ଶ୍ରୀମତୀ ପୁଷ୍ପଲତା ସାହୁ ,ଉପାଧ୍ୟକ୍ଷା ପ୍ରମୁଖ ଯୋଗଦାନ କରିଥିଲେ । ବୈଦ୍ୟୁତିକ ଗଣମାଧ୍ୟମ ଓ ଛାପା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ଏହି ଉତ୍ସବ ରେ ସାମିଲ କରାଯାଇଥିଲା .ନିମନ୍ତ୍ରିତ ଅତିଥି ମାନଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ଶ୍ରୀ ଚନ୍ଦନ କୁମାର ଭୋଇ ,ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବାସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ .ମଞ୍ଚାସିନ ଅତିଥି ଓ ମୁଖ୍ୟ ଅତିଥି କଳାହାଣ୍ଡି ର ସଂବୃଦ୍ଧ ସଂସ୍କୃତି ଲୋକକଳା ,ଲୋକ ସଂଗୀତ କିପରି ଜନମାନସ ରେ ସ୍ନେହ ପ୍ରେମ ଓ ଭାଇଚାରା ସୃଷ୍ଟି କରି ଗୋଟିଏ ଡୋରି ରେ ବାନ୍ଧି ରଖେ ଓ ଏହା ବିଶ୍ୱ ଦରବାରେ ମଧ୍ୟ କିପରି ତାର ପରାକାଷ୍ଠା ପ୍ରଦର୍ଶନ କରିପାରିଛି ତା ଉପରେ ଆଲୋକପାତ କରିଥିଲେ । ଅତିଥି ମାନଙ୍କ ଅଭିଭାଷଣ ପରେ ଅତିରିକ୍ତ ଗୋଷ୍ଠୀ ଉନୟନ୍ନ ଅଧିକାରୀ ଶ୍ରୀ ଶ୍ରୀଧର ପଣ୍ଡା ମହୋଦୟ ଆମର ଭାଷା କଳାହାଣ୍ଡିଆ ଭାଷାରେ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ର ମୁଖ୍ୟ ଆକର୍ଷଣ ବିଭିର୍ନ୍ନ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ ,ନୃତ୍ୟ ,ବକୃତା ,ଚିତ୍ରାଙ୍କନ ,ପ୍ରବନ୍ଧ ଲିଖନ ଓ ମହିଳା ମାନଙ୍କ ଝୋଟି ,ଶଙ୍ଖ ଫୁଙ୍କା ,ହୁଳହୁଳି ଉତ୍ସବର ଶୋଭାକୁ ଦ୍ୱିଗୁଣିତ କରିଥିଲା ସାନ୍ଧ୍ୟ କାଳୀନ ଉତ୍ସବରେ ଶ୍ରୀ ପାୱାର ସଚିନ ପ୍ରକାଶ ,ଜିଲ୍ଲାପାଳ କଳାହାଣ୍ଡି ,ଶ୍ରୀଯୁକ୍ତ ତନ୍ମୟ ଦରୱାନ ଅତିରିକ୍ତ ଜିଲ୍ଲାପାଳ ,କଳାହାଣ୍ଡି ,ଶ୍ରୀ ବିବେକାନନ୍ଦ ମହାନନ୍ଦ ,ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଶ୍ରୀ ପରମେଶ୍ୱର ମୁଣ୍ଡ ,ଅଧ୍ୟାପକ ସାନ୍ଧ୍ୟ ମହାବିଦ୍ୟାଳୟ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଉତ୍ସବ ର ଲକ୍ଷ୍ୟ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲାପାଲ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ ଓ ଦୁଇଦିନ ଧରି ପାଳିତ ହେବାକୁ ଥିବା ପ୍ରଥମ ଦିନର ଉତ୍ସବ ସମାପନ ହୋଇଥିଲା । 


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ