Hot Posts

6/recent/ticker-posts

ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ତଥା କ୍ରୀଡା ଉତ୍ସବ ଅନୁଷ୍ଠିତ

ଖଜୁରୀପଡ଼ା, ୨୯/୧ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଜାନୁଆରୀ ମାସ ତା- ୨୭ ଓ ୨୮ ଦୁଇଦିନ ଧରି ୨୦୨୫-୨୬ ଶିକ୍ଷାବର୍ଷର ବାର୍ଷିକ ତଥା କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବଟି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାରିକ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ଉତ୍ସବର ଉଦ୍ ଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଦ୍ମନୀ ମଲିକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଉଦ୍ ଯାପନି ଦିବସରେ ମୁଖ୍ୟ ଅତିଥି ଖଜୁରୀପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତି ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ବିହାରୀ ଦିଗାଲ, ସମାଜ ସେବୀ ରମାକାନ୍ତ ମଲିକ ଯୋଗଦେଇ ଥିଲେ । ଉତ୍ସବର ବିଚାରକ ଭାବେ ନଗଲେଜୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ବିଘ୍ନେଶ୍ୱର ପଣ୍ଡା ଓ ମେଡୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମନୋଜ ମଲିକ ଏବଂ କ୍ରୀଡା ବିଚାରକ ଭାବେ ବୁଡାରା କାଢ଼ି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ଇନ୍ଦ୍ରମଣି ନାୟକ ଦାୟିତ୍ଵ ନିର୍ବାହ କରିଥିଲେ । ପ୍ରଥମ ଦିବସରେ କୁଇଜ୍, ଭାଷା ସାହିତ୍ୟ, ବକୃତା,ସାଧାରଣ ଜ୍ଞାନ, ବିତର୍କ, ଚିତ୍ରାଙ୍କନ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିବା ବେଳେ ଦ୍ବିତୀୟ ଦିବସରେ ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟଫୁଟ, ଜୁଭାଲିନ, ବେଲୁନ କପ, ଡିସକଉସ ଓ ସଂଙ୍ଗୀତ ଚୌକି ପ୍ରତିଯୋଗିତା କରାଯାଇଥିଲା । ଉଦଯାପନୀ ଦିବସ ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ,ରାଜନାରାୟଣ ଦାଶ,ଜାଗେଶ୍ୱର ଗାଈଗାରିଆ, ଉଦୟନାଥ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ସସ୍ମିତା କାନୁନଗୋ ସମେତ କିଶୋର ଚନ୍ଦ୍ର ପ୍ରଧାନ, ନିରଞ୍ଜନ ପ୍ରଧାନ, ଅନନ୍ତ ଜାନୀ, ଦୀପ୍ତିନିହାରୀ ଜାନୀ,ରୁବିନା ଘଟାଲ ଓ ବନିତା ସାହୁ ପ୍ରମୁଖ ସହଯୋଗ କରିଥିଲେ ।