ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ମତଦାତା ଦିବସ ଆୟୋଜିତ
ଫୁଲବାଣୀ, ୨୫/୦୧ ( ରଙ୍ଗନାଥ ବଡସେଟ୍ / ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ 16 ତମ ଜାତୀୟ ମତଦାତା ଦିବସ ଆୟୋଜିତ ହୋଇଯାଇଛି । ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନେ କିଭଳି ପ୍ରତ୍ୟକ୍ଷ ନିର୍ବାଚନ ରେ ଭାଗନେଇ ନିଜନିଜ ର ମତ କୁ ନିର୍ଭିକତା ର ସହ ସାବ୍ୟସ୍ତ କରି ପାରିବେ ବୋଲି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ସୁନୀଲ କୁମାର ପାତ୍ର ଉଦବୋଧନ ଦେଇଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପିକା ସଂଗୀତା ବଳିୟାରସିଂ ଜାତୀୟ ମତଦାତା ଦିବସ ର ଲକ୍ଷ ଓ ଉର୍ଦେଶ୍ୟ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ଏହି ଅବସର ରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏକ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମ କୁ ଅଧ୍ୟାପକ ଡ଼କ୍ଟର ସତ୍ୟ ରଞ୍ଜନ ପାଣିଗ୍ରାହୀ ପରିଚାଳନା କରିଥିଲେ । ସମସ୍ତ ଅଧ୍ୟାପକ ଅଧ୍ୟପିକା କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ରୁ ରଙ୍ଗନାଥ ବଡସେଟ୍ ଙ୍କ ସହ ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।