Hot Posts

6/recent/ticker-posts

ତୁମୁଡ଼ିବନ୍ଧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନେତାଜୀ ସୁବାଷ ବୋଷ ଜୟନ୍ତୀ ପାଳନ

ଫୁଲବାଣୀ, ୨୫/୦୧ (ବାଳକୃଷ୍ଣ କହଁର) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ରେ ନେତାଜୀ ସୁବାଷ ବୋଷ ଙ୍କ ୧୨୯ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଅଧକ୍ଷ ଡ଼ଃ. ସୁନୀଲ କୁମାର ପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ପଞ୍ଚାୟତ ସମିତିର ଅଧ୍ଯକ୍ଷା ଶ୍ରୀମତୀ ବାସନ୍ତି ମାଝୀ, ମୁଖ୍ୟବକ୍ତା ଭାବେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ଯକ୍ଷ ତଥା ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ନେତ୍ର ମାନସେଠ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରାଜୀବ ପାତ୍ର, ଜଣାଶୁଣା ବ୍ୟକ୍ତି ଶ୍ରୀଯୁକ୍ତ ପରମାନନ୍ଦ ବେହେରଦଳାଇ, ତୁମୁଡିବନ୍ଧ ଅଗ୍ନିଶମ ବିଭାଗୀୟ ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସାହୁ ଯୋଗ ଦେଇଥିଲେ l ଶିକ୍ଷା ବିଭାଗର ଅଧ୍ୟାପକ ଡଃ. ସତ୍ୟରଞ୍ଜନ ପାଣିଗ୍ରାହୀ ମଞ୍ଚାସିନ ଅତିଥି ମାନଙ୍କୁ ସ୍ବାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ନେତାଜୀ ସୁବାଷ ବୋଷ ଜୀବନୀ ଉପରେ କହି ତାଙ୍କ ବୀରତ୍ବ ର ଦୃଢ଼ ନେତୃତ୍ବ ରେ କିପରି ଇଂରେଜ ସରକାର ଧରାଶାୟୀ ହୋଇ ସ୍ଵାଧୀନତା ରାସ୍ତା ଉନ୍ମୁକ୍ତ କରିଥିଲେ ଓ ତାହାରି ଉପରେ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ । ତାଙ୍କ ନାମରେ ନାମିତ ହୋଇଥିବା ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ସମସ୍ତ ପିଲାମାନଙ୍କୁ ମଧ୍ୟ ତାଙ୍କ ଭଳି ଦେଶ ପ୍ରେମ ଓ ଦେଶଭକ୍ତି ଜାଗ୍ରତ ହୋଇ ଦେଶ ଗଠନରେ ଭାଗିଦାର ହୋଇ ଆଗାମୀ ଦିନରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ବୋଲି ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ୨୦୨୪-୨୦୨୫ ଶିକ୍ଷା ବର୍ଷରେ ବିଞ୍ଜନ ମଲ୍ଲିକ ଏହି ବିଦ୍ୟାଳୟର ଟପ୍ସର ହୋଇଥିବା ରୁ ତାଙ୍କୁ ସମାଜସେବୀ ତଥା ପରିଚାଳନା ପରିଷଦର ସଦସ୍ୟ ପ୍ରତିଷ୍ଠାତା ଲକ୍ଷ୍ମୀଧର ସାହୁଙ୍କ ପିତା ଉଦ୍ୟନାଥ ସମ୍ମାନ ରୂପେ ପାଞ୍ଚ ହଜାର ଟଙ୍କା ସହ ଟ୍ରଫି ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ଏହି ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥ୍ଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛତ୍ରୀ ରଚନା ପ୍ରଧାନ ଙ୍କୁ ଶୃଙ୍ଖଳିତ ଛାତ୍ରୀ ଭାବରେ ପୁରସ୍କୃତ କରାଯାଇଛି। ଏହା ପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ଅଣଶିକ୍ଷକ କର୍ମଚାରୀ ଓ ଉଭୟ ଛାତ୍ର ଛାତ୍ରୀବାସ ର କର୍ମଚାରୀ ମାନେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ଦୁଃଖୂଶ୍ୟାମ ମହାରଣା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ ।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ