ଜନକଲ୍ୟାଣକାରୀ ଦିବସରେ, ରାୟଗଡାରେ ବିଏସପିର ଶକ୍ତି ପ୍ରଦର୍ଶନ
ରାୟଗଡ଼ା, ୧୬/୦୧ ( ଭି. ଗୌରି ଶଙ୍କର ରାଓ ) : ଆଜି ରାୟଗଡା ସହର ଗର୍ଜି ଉଠିଥିଲା। ବହୁଜନ ସମାଜ ପାର୍ଟି ପକ୍ଷରୁ ରାୟଗଡା ସଦର ସ୍ଥିତ ତେଜସ୍ୱୀ ପଡିଆ ଠାରେ ‘ଜନକଲ୍ୟାଣକାରୀ ଦିବସ’ ଉପ ଲକ୍ଷେ! ଭବ୍ୟ ଭାବେ ପାଳନ କରାଯାଇ ଦଳ ତାହାର ରାଜନୈତିକ ଶକ୍ତି ପ୍ରଦର୍ଶନ କରିଛି। ବିଏସପିର ରାଷ୍ଟ୍ରୀୟ ଅଧ୍ୟକ୍ଷା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଭଉଣୀ କୁମାରୀ ମାୟାବତୀଙ୍କ ୭୦ତମ ଜନ୍ମଦିନ ଅବସରରେ ଆୟୋଜିତ ଏହି ସମାବେଶରେ “ଏଥର ପରିବର୍ତ୍ତନ, ବହୁଜନ ଶାସନ ଆଉ ଶାସକ ବହୁଜନ” ନାରା ଲୋକଙ୍କୁ ଉତ୍ସାହିତ କରିଥିଲା। କେନ୍ଦ୍ରୀୟ ସଂଯୋଜକ ଡା. ଲାଲଜୀ ମେଧା, ରାଜ୍ୟ ପ୍ରଭାରୀ ଜିତୁ ଜାକାଶିକା, ରାଜ୍ୟ ସଭାପତି ସରୋଜ ନାୟକ ଓ ଜିଲ୍ଲା ସଭାପତି ପୁର୍ଣ୍ଣଚନ୍ଦ୍ର ଟାକ୍ରୀ ସଭାକୁ ସମ୍ବୋଧିତ କରିଥିଲେ। ବକ୍ତାମାନେ ବାବାସାହେବ ଆମ୍ବେଦକର ଓ କାଁସୀରାମଙ୍କ ଆଦର୍ଶକୁ ସ୍ମରଣ କରି ଦଳିତ, ଆଦିବାସୀ, ପଛୁଆବର୍ଗ ଓ ଶୋଷିତ ଶ୍ରେଣୀଙ୍କ ଅଧିକାର ପାଇଁ ଏକତାର ଆହ୍ୱାନ ଦେଇଥିଲେ। ପ୍ରାୟ ସାତ ହଜାରରୁ ଅଧିକ ଲୋକଙ୍କ ଉପସ୍ଥିତି ଏହାକୁ ବିଏସପିର ଏକ ବଡ଼ ଶକ୍ତି ପ୍ରଦର୍ଶନ ଭାବେ ପ୍ରତିଷ୍ଠା