Hot Posts

6/recent/ticker-posts

ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ବିବେକାନନ୍ଦ ଜୟନ୍ତୀ ଓ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ

ରାୟଗଡ଼ା , ୧୬/୦୧ ( ଭି. ଗୌରି ଶଙ୍କର ରାଓ ) : ସ୍ଥାନୀୟ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଏବଂ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ମହା ସମାହାରରେ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ପଦ୍ମନାଭ ଦାଶ, ସରକାରୀ ଓକିଲ, ସମ୍ମାନୀୟ ଅତିଥି ରୂପେ ରାୟଗଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଡ଼ଃ ଅର୍ଚ୍ଚନା ପଟ୍ଟନାୟକ ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିଜୟ କୁମାର ଚୌଧୁରୀ ସଭାପତିତ୍ଵ କରିଥିଲେ।‌ ଅତିଥିମାନେ ତାଙ୍କ ଅଭିଭାଷଣରେ ସ୍ଵାମୀ ବିବେକାନନ୍ଦଙ୍କ ନୀତି, ଆଦର୍ଶ ଓ ଜୀବନ ଦର୍ଶନରୁ ପ୍ରେରଣା ଗ୍ରହଣ କରି ଭାରତକୁ ଏକ ଆଧୁନିକ, ସଶକ୍ତ ଓ ଆଧ୍ୟାତ୍ମିକ ଚେତନାରେ ଗଢ଼ି ଚୋଳିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଥିଲେ। ପରେ ବିଦ୍ୟାଳୟର ଅଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବାର୍ଷିକ କ୍ରୀଡାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ପ୍ରଭାତ ୧୧ଟା ସମୟରେ ସାମୁହିକ "ବନ୍ଦେ ମାତରଂ" ଗାନ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଏହି ଉତ୍ସବର ସଫଳ‌ ପରିଚାଳନାରେ ବିଦ୍ୟାଳୟର ଗୁରୁଜୀ ଧୀରେନ୍ଦ୍ର ମିଶ୍ର, ଦିଲ୍ଲୀପ ପ୍ରଧାନ, ହୃଷୀକେଶ ପାତ୍ର, ମାନସୀ ଚୌଧୁରୀ, ମନୋଜ ପଢ଼ିହାରୀ, ସୁଜାତା ପାଢ଼ୀ, ବିଶ୍ୱଜିତ୍ ପାତ୍ର, ଗଗନ ବିହାରୀ ନାଏକ, ସତ୍ୟ ପ୍ରକାଶ ନାଏକ ସହ ସମସ୍ତ ଗୁରୁଜୀ ଓ ଗୁରୁମାମାନେ ସକ୍ରିୟ ଭାଗୀଦାରି ନେଇଥିଲେ।