ଚିଙ୍ଗୁଡିଆ ନାଳରେ ଉଦଘାଟନ ହେଲା ବାଉଁଶସେତୁ
ବରୀ, ୧୬/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ନଦୀନାଳ ଘେରା ବୋଦୁଅ ପଞ୍ଚାୟତର ଏରଡା ଠାରେ ଥିବା ଚିଙ୍ଗୁଡିଆ ନାଳ ଉପରେ ସ୍ଥାନୀୟ ନାଉରୀଙ୍କ ଉଦ୍ୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବାଉଁଶ ଓ ତାଳରେ ନିର୍ମାଣ ହେଉଛି ସାଧାରଣ ଲୋକେ ଚଳାଚଳ ନିମନ୍ତେ ସେତୁ l ଏହି ସେତୁକୁ ପବିତ୍ର ମକର ସଂକ୍ରାନ୍ତି ଅବସରରେ ବରୀ ବ୍ଲକ ଉପାଧ୍ୟକ୍ଷl ଅର୍ଚନା ମଲ୍ଲିକ ଫିତାକାଟି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ସେତୁ ନିର୍ମାଣ ଫଳରେ ବରୀ, ବିଂଝାରପୁର ଓ ଯାଜପୁରକୁ ଜନସାଧାରଣ ପାଦରେ ଚଳିଚାଲି, ସାଇକେଲ ଓ ମଟରସାଇକେଲ ସାହାଯ୍ୟରେ ଯାତାୟତ କରିବା ସହଜସାଧ୍ୟ ହୋଇ ପାରିବ l ଏହି ଉଦଘାଟନ କାର୍ଯ୍ୟକ୍ରମରେ ପର୍ଶୁରାମ ସାମଲ, ନିହାର ସାମଲ, ପ୍ରଦୀପ୍ତ ସାମଲ, କୁନା ଜେନା, ଲିଟୁନି ସାମଲ, ଟୁନିଆ ମଲ୍ଲିକ, ବନ୍ଧୁଆ ମଲ୍ଲିକ, ଶ୍ରୀକାନ୍ତ ମଲ୍ଲିକ, ଅମୂଲ୍ୟ ମଲ୍ଲିକ, ପ୍ରହଲ୍ଲାଦ ମଲ୍ଲିକ, ବଳରାମ ମଲ୍ଲିକ, ସୁବାଷ ମଲ୍ଲିକ, ନିର୍ମଳ ମଲ୍ଲିକ, ଜଗନ ମଲ୍ଲିକ ପ୍ରଦୀପ ମଲ୍ଲିକ, ଅଙ୍କ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l