ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ବେହାଲ ଅବସ୍ଥା: ଦିନ ୧୧ ଟାରୁ ଓପିଡ଼ି ବନ୍ଦ ଅଭିଯୋଗ
ବରୀ, ୩୧/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଳକର ସ୍ୱାସ୍ଥ୍ୟ ସମସ୍ୟା ବୁଝୁଥିବା ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ବେହାଲ ହୋଇ ପଡିଛି । ଏହି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ସଂଖ୍ୟାରେ ଡାକ୍ତର ନଥିବାରୁ ବିଭିନ୍ନ ବିଭାଗରେ ରୋଗୀ ଚିକିତ୍ସା ବାଧକ ସାଜିଛି । ଫଳରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଆସୁଥିବା ରୋଗୀ ଚିକିତ୍ସାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏଠାକୁ ଆସୁଥିବା ରୋଗୀଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି । ସବୁ ଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଦିନ ୧୧ ଟା ପରଠାରୁ ଓପିଡ଼ି ବନ୍ଦ କରି ଦିଆ ଯାଉଛି । ଫଳରେ ୧୧ ଟା ପରେ ରୋଗୀ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି । ଏ ନେଇ ରୋଗୀ ଡାକ୍ତରଙ୍କୁ ଡାକିଲେ ଡାକ୍ତର ରୋଗୀଙ୍କ କଥା ଶୁଣୁ ନଥିବା ମଧ୍ୟ ଅଭିଯୋଗ ହେଉଛି । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଦକ୍ଷେପ ନେବାକୁ ଦାବି ହେଉଛି ।