Hot Posts

6/recent/ticker-posts

କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ରାଜ୍ୟ ସ୍ତରରେ ପୁରସ୍କୃତ

କର୍ଲାମୁଣ୍ଡା, ୧୯/୦୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲାରେ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ସବୁବେଳେ ପ୍ରୟାସ ଜାରି ରଖିଛି। ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରି ସମ୍ମାନ ର ସହ ବଞ୍ଚିବା ପାଇଁ ଅନେକ ସମୟରେ ସଭାସମିତି, କର୍ମଶାଳା, ଟ୍ରେନିଂ, ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଏହି ମଞ୍ଚ ମାଧ୍ୟମରେ ଅନେକ ଦିବ୍ୟାଙ୍ଗ ହିତାଧିକାରୀ ସରକାରୀ ତଥା ବେସରକାରୀ ଅନୁଷ୍ଠାନମାନଙ୍କ ଦ୍ଵାରା ବିଭିନ୍ନ ଲାଭ ପାଉଛନ୍ତି। ଭୁବନେଶ୍ଵର ବୁଦ୍ଧ ମନ୍ଦିର ଅଡିଟୋରିୟମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭିୟୁଜ୍ ଦ୍ୱାରା ଅନୁଷ୍ଠିତ ରାଜ୍ୟସ୍ତରରେ ଦ୍ଵିତୀୟ ଓଡ଼ିଶା ଡିସ୍ଆବିଲିଟି କନ୍କ୍ଲାଭ ରେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ପୁରସ୍କୃତ ହୋଇ ଅତିଥି ଙ୍କ ଠାରୁ ମଞ୍ଚ ସଭାପତି ଶ୍ରୀଯୁକ୍ତ ସୁରେଶ ଚୋୖଧୁରୀ ମାନପତ୍ର ଉପଢୌକନ ଏବଂ ଟ୍ରଫି ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡ଼ିଶା ଭିନ୍ନକ୍ଷମ କମିସନର ଶ୍ରୀମତୀ ବ୍ରତତୀ ହରିଚନ୍ଦନ, ଡେପୁଟି ସେକ୍ରେଟାରୀ ଶ୍ରୀ ସନ୍ୟାସୀ ବେହେରା ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଉପସ୍ଥିତ ଥିଲେ।