କାଶୀନାଥ କଲେଜର ନୂତନ ସୌଧ ଉଦ୍ଘାଟିତ
ବରୀ, ୦୩/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅନ୍ତର୍ଗତ କଳାମାଟିଆ ପଞ୍ଚାୟତ କାଇପଡା ଠାରେ ଥିବା କାଶୀନାଥ ମହାବିଦ୍ୟାଳୟ ପରିସରରେ ନୂତନ ବିଦ୍ୟାଦାନ ସୌଧ ଉଦ୍ଘାଟିତ ହୋଇ ଯାଇଛି। ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ କାଶୀନାଥ ଜେନାଙ୍କ ଶ୍ରାଦ୍ଧ ଦିବସରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ, ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶିକା ଡ଼ ସରୋଜ ଲକ୍ଷ୍ମୀ ସିଂହ, କାଶୀନାଥ ଡିଗ୍ରୀ ମହାବିଦ୍ୟାଳୟର ପୁର୍ବତନ ଅଧକ୍ଷ କୃଷ୍ଣ ପ୍ରସାଦ ଦାଶ ଏବଂ ବର୍ତ୍ତମାନର ଅଧ୍ୟକ୍ଷ ପ୍ରମୋଦ କୁମାର ଶତପଥୀ ଯୋଗଦେଇ ପ୍ରଥମେ ପ୍ରତିଷ୍ଠାତା ସ୍ବର୍ଗତ କାଶୀନାଥ ଜେନାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଓ ଉପ ଧୌକନ ଦେଇ ନୂତନ ବିଦ୍ୟାଦାନ ସୌଧର ଉଦ୍ଘାଟନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ପାଇଁ ମୋ ଦ୍ୱାରା ଜାହା ସମ୍ଭବ କରିବା ସହିତ ପିଲାମାନେ ଭଲ ପାଠପଢି ଏହି ମହାବିଦ୍ୟାଳୟର ନାମ ଉଜ୍ବଳ କରିବା ସହ ଅଞ୍ଚଳର ନା ରଖିବାକୁ ବିଧାୟକ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ। ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶିକା ଯୋଗଦେଇ ସରକାରଙ୍କ ତରଫରୁ ଆସୁଥିବା ସମସ୍ତ ଯୋଜନା ଦ୍ୱାରା ଯାହା ହୋଇପାରିବ ତାହା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଉଦ୍ଘାଟନ ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଅତିଥି ମାନଙ୍କୁ ପୁଷ୍ପ ଦେଇ ସ୍ବାଗତ କରିଥିଲେ।