କୋରାପୁଟ, ୨୭/୦୧ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକ ଅନ୍ତର୍ଗତ ଦେଓଘାଟି ଗ୍ରାମପଞ୍ଚାୟତରେ ସଚେତନ ଓ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଯାଇଅଛି । ଉକ୍ତ ବୈଠକ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ହରମଣି ଜାନୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା କିନ୍ତୁ ସ୍ଥାନୀୟ ପଞ୍ଚାୟତ ଅଧିକାରୀ ଶ୍ରୀ ସମରା ଖରା ଦ୍ବାରା ପରିଚାଳିତ ହେଲା । ଏହି ଶିବିରରେ ୱାର୍ଡମେମ୍ବର, ସମିତି ସଭ୍ୟ ଓ ଗ୍ରାମପଞ୍ଚାୟତର ବିଭିନ୍ନ ଅଭିଯୋଗକାରୀ ଉପସ୍ଥିତ ଥିଲେ । ସେମାନଙ୍କ ସହ ସମସ୍ତ ବିଭାଗର ସରକାରୀ କର୍ମଚାରୀ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବିଷୟରେ ସଚେତନ ହେବା ସହ ଅଭିଯୋଗ ସମନ୍ଧେ ଆଲୋଚନା କରାଗଲା । ଏହି ଆଲୋଚନାରେ ସରପଞ୍ଚ ଶ୍ରୀମତୀ ହରମଣୀ ଜାନୀ , ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ( ପି ଇ ଓ) ଶ୍ରୀ ସମ୍ରା ଖରା, ଗ୍ରାମ ରୋଜଗାର ସେବିକା ଶ୍ରୀମତୀ ଦୀପ୍ତି ମାଝୀ, ଏଡିଇଓ ଶ୍ରୀ ବି କେ ମାଣ୍ଡିଙ୍କ ସହ ପ୍ରାୟ ସରକାରୀ ବିଭାଗର କର୍ମଚାରୀ ଓ ଗ୍ରାମ ପଞ୍ଚାୟତର ବିଭିନ୍ନ ବୁଦ୍ଧିଜିବୀ ଅଂଶ ଗ୍ରହଣ କରିଥିଲେ। ପ୍ରାୟ ୩୦ ଗୋଟି ଅଭିଯୋଗ ପତ୍ର ତାଲିକାଭୁକ୍ତ ହେଲା ତନ୍ମଧ୍ୟରୁ ଅଧିକାଂଶ ଘରଡିହ ଯୋଗାଇ ଦେବା ନିମନ୍ତେ ଓ ଅଳ୍ପ କେତେକ ସଡ଼କ ଓ ପାନୀୟ ଜଳ ସମସ୍ୟା ଉପରେ ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେହି ସମସ୍ୟାଗୁଡ଼ିକ କିପରି ସମାଧାନ ହେବ ତାହା ତଦନ୍ତ କରି ଉପଯୁକ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ଘରଡ଼ିହ ଯୋଗାଇବାକୁ ଓ ଯେଉଁ ଗ୍ରାମାଞ୍ଚଳରେ ରାସ୍ତା କି ପାନୀୟ ଜଳର ସମସ୍ୟା ଅଛି ତାହା ସମାଧାନ କରିବାକୁ ଗୋଷ୍ଠୀଉନ୍ନୟନ ଅଧିକାରୀ,ତହସିଲଦାର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରୀ ହେବ ବୋଲି ଅଭିଯୋଗ କାରୀମାନଙ୍କୁ ଆଶ୍ୱାସନା ଦେଇ ସ୍ଥାନୀୟ ପଞ୍ଚାୟତ ଅଧିକାରୀ ଶ୍ରୀ ଖରା ବୈଠକ ଟିକୁ ସାଙ୍ଗ କରିଥିଲେ ।
କୋରାପୁଟରୁ ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ ନିୟୁଜ୍
