ଜିଲ୍ଲା ସ୍ତରୀୟ ଯୌତୁକ ନିଷେଧ ଅଧିନିୟମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଫୁଲବାଣୀ, ୨୭/୦୧ (ବାଳକୃଷ୍ଣ କହଁର) : କନ୍ଧମାଳ ଜିଲ୍ଲା ଯୌତୁକ ନିଷେଧ ୧୯୬୧ ବିଷୟରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ , ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପାତ୍ର, ଫୁଲବାଣୀ ସିଡିଏମ୍ଓ ସନ୍ତୋଷ କୁମାର ପାଢ଼ୀ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ନେହଲତା ସାହୁ ପ୍ରମୁଖ ଙ୍କ କରକମଳ ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର କର୍ମକର୍ତ୍ତା ଯଥା ପିଓ ,କମ୍, ପିଓ- ମିସ୍ ସରୋଜଲତା ଦେଇ , ହବ୍ ଷ୍ଟାଫ, ପୋଲିସ୍ ସେଲ୍, ଓକିଲ , ସବ୍ କଲେକ୍ଟର ଶ୍ରୀ ଭିକାରୀ ସାହୁ , ଏନଜିଓ ଶିକ୍ଷା ଅନୁଷ୍ଠାନ, ଏସେଜି ମହିଳା ଓ ଏସ ସି ଷ୍ଟାଫ୍, ଶକ୍ତି ସଦନ ଷ୍ଟାଫ୍ , ମନ୍ଦିର ପୂଜାରୀ, ଚର୍ଚ୍ଚ ଫାଦର୍, ମସଜିଦ ଇମାମ୍ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ପ୍ରଶିକ୍ଷକ ଯୌତୁକ ନିଷେଧ ର ବିଭିନ୍ନ ଦିଗ, ଆଇନଗତ ଅଧିକାର ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ରେ ନୁତନ ଭାବରେ କାର୍ଯ୍ୟ କରୁଥିବା ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ଓ ମିଶନଶକ୍ତି ଦ୍ଵାରା କରାଯାଇଥିଲା। ଶେଷରେ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ