Hot Posts

6/recent/ticker-posts

ଭୁବନେଶ୍ୱରରେ ଓଡ଼ିଶା ରାଜ୍ୟ ଶ୍ରମିକ କର୍ମଚାରୀ ସଙ୍ଘର ୬୩ତମ ବାର୍ଷିକ ରାଜ୍ୟସ୍ତରୀୟ ଅଧିବେଶନ ସମ୍ପନ୍ନ

ଭୁବନେଶ୍ୱର, ୨୦/୦୧ ( ଭି. ଗୌରି ଶଙ୍କର ରାଓ ) : ଓଡ଼ିଶା ରାଜ୍ୟ ଶ୍ରମିକ କର୍ମଚାରୀ ସଙ୍ଘ ତରଫରୁ ଆଜି ରାଜ୍ୟସ୍ତରୀୟ ୬୩ତମ ବାର୍ଷିକ ଅଧିବେଶନ ପାୱାର ହାଉସ କଲୋନୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ସହଯୋଗରେ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ନିଖିଳ ଓଡ଼ିଶା ବିଦ୍ୟୁତ ମହାସଙ୍ଘ ସହବନ୍ଧିତା ରହିଥିଲା। ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଏନ୍‌ ବାସ୍କା ରାଓ ଯୋଗଦେଇ ଶ୍ରମିକ ଓ କର୍ମଚାରୀଙ୍କ ଅଧିକାର ସୁରକ୍ଷା, ଦାୟିତ୍ୱ ଓ ସଂଗଠନୀୟ ଏକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀ ରାମଚନ୍ଦ୍ର କୁନ୍ତୀୟ, ଉପଦେଷ୍ଟା ଦୀନବନ୍ଧୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶ୍ରମିକ ଆନ୍ଦୋଳନର ଐତିହ୍ୟ ଓ ଭବିଷ୍ୟତ ଦିଗ ଉପରେ ଆଲୋକପାତ କରିଥିଲେ। ଅଧିବେଶନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ଅଂଶଗ୍ରହଣ କରି ଶ୍ରମିକ ସମସ୍ୟା, ବେତନ, ସୁରକ୍ଷା ଓ କଳ୍ୟାଣ ନୀତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ