Hot Posts

6/recent/ticker-posts

ପି ଏମ ଶ୍ରୀ କାଇପଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ବରୀ, ୧୯/୦୧ ( ରଂଜିତ ମହାନ୍ତି ) : ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ପି ଏମ ଶ୍ରୀ କାଇପଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ୬୧ ତମ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ ହୋଇଯାଇଛି।ଉଦଯାପନୀ ଦିବସ ସଭାରେ ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିକୁଞ୍ଜ ବିହାରୀ ଦାସ ସଭାପତିତ୍ୱ କରିଥିଲେ।ଏହି କ୍ରୀଡା ଉତ୍ସଵ କୁ କଳାମାଟିଆ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଡାକ୍ତର କୈଳାସ ଚନ୍ଦ୍ର ପତି ଉଦ୍ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ପାରା ଆଥଲେଟ ର ଯୋଗ ଦେଇ କ୍ରୀଡା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ଶାରୀରିକ,ମାନସିକ ଅବସ୍ଥାର ପରିବର୍ତ୍ତନ ହେବା ଏକ ମାଧ୍ୟମ ବୋଲି ପ୍ରକାଶ କରିଥିଲେ।ମୁଖ୍ୟ ବକ୍ତା ଭାବେ ପ୍ରଫେସର ଦେବ ପ୍ରସାଦ ସାମଲ ଓ ସମ୍ମାନୀୟ ଅତିଥି ଭାବେ ବରୀ ଶିକ୍ଷା ମଣ୍ଡଳ ଅଧିକାରିଣୀ ପ୍ରତିଶ୍ରୁତି ସିଂ, କଳାମାଟିଆ ସରପଞ୍ଚ ରଶ୍ମିତା ପରିଡା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନସ ମଲ୍ଲିକ,ପୂର୍ବତନ ପ୍ରଧାନ ଶିକ୍ଷକ ଧନେଶ୍ୱର ଦାସ ଯୋଗ ଦେଇ କ୍ରୀଡ଼ା ହେଉଛି ମନୁଷ୍ୟ ର ଅବିଚ୍ଛେଦ୍ୟ ଅଙ୍ଗ।ଏବଂ ଏହା ଦ୍ୱାରା ଛାତ୍ରଛାତ୍ରୀ ମାନେ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରକାଶ କରିବା କ୍ଷେତ୍ରରେ ଏକ ମାଧ୍ୟମ ବୋଲି ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଜ୍ୟୋତିପ୍ରଭା ଷଡ଼ଙ୍ଗୀ, ଶିକ୍ଷୟିତ୍ରୀ ନିଶାରାଣୀ ପ୍ରଧାନ,ଗୀତାରାଣୀ ମଣ୍ଡଳ,ପ୍ରଜ୍ଞା ପ୍ରିୟଦର୍ଶିନୀ ନାୟକ,ଦେବଶ୍ରୀ ନାୟକ,ଶିକ୍ଷକ ଶୁଭ୍ରଜିତ ବେହେରା,ଦେବ ଦାସ ଷଡ଼ଙ୍ଗୀ ନ୍କ ସମେତ ବିଦ୍ୟାଳୟ ର କର୍ମଚାରୀ ସର୍ବେଶ୍ୱର ପଣ୍ଡା ଉପସ୍ଥିତ ରହି ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପାଦିତ ହୋଇଥିବାରୁ କ୍ରୀଡା ଶିକ୍ଷକ ଜ୍ୟୋତିପ୍ରଭା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।