କୋରାପୁଟ, ୧୯/୦୧ ( ରଜତ କୁମାର ବାଘ ) : ଭୁବନେଶ୍ୱର (Government poly technic) ସରକାରୀ ଦକ୍ଷତା ବିକାଶ ମହାବିଦ୍ୟାଳୟ ଠାରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ରେ ଭାଗ ନେଇ କୋରାପୁଟ ଜିଲ୍ଲା ଦାମନଯୋଡି ର ଛାତ୍ରୀ କୁମାରୀ ହରପ୍ରିୟା ସାମଲ ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି. ଏହି କୃତିତ୍ୱ ପାଇଁ ଆଜି ଲୋକସେବା ଭବନ ଠାରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ କୁମାର ସ୍ୱାଇଁ ଙ୍କ ଠାରୁ ମାନପତ୍ର ଏବଂ ପଦକ ଗ୍ରହଣ କରିଥିଲେ.କୋରାପୁଟ ଜିଲ୍ଲା ପାଇଁ ଏହା ଗୌରବ ବିଷୟ. ତାଙ୍କର ଏହି କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି. ଏଥିପାଇଁ ସବୁ ମହଲ ରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଚୁଟିଛି. କୁମାରୀ ହରପ୍ରିୟା ସାମଲ ବର୍ତମାନଭୁବନେଶ୍ୱର ସ୍ଥିତ ସରକାରୀ ଦକ୍ଷତା ବିକାଶ ମହାବିଦ୍ୟାଳୟ ରେ ଅଧ୍ୟୟନ ରତ ତୃତୀୟ ବର୍ଷ ଛାତ୍ରୀ ଅଟନ୍ତି. ସେ କୋରାପୁଟ ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ନିକୁଞ୍ଜ କିଶୋର ସାମଲ ଏବଂ ଶ୍ରୀମତୀ ରେଣୁକା ସାମଲ ଙ୍କ କନ୍ୟା ଅଟନ୍ତି.ଆଗାମୀ ଦିନରେ ରାଜ୍ୟ ସ୍ଥରୀୟ ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲା ତଥା ରାଜ୍ୟ ପାଇଁ କୃତିତ୍ୱ ଆଣିବେ ବୋଲି ପ୍ରକାଶ କରିଛନ୍ତି.
କୋରାପୁଟ ଜିଲ୍ଲାରୁ ରଜତ ବାଘଙ୍କ ରିପୋର୍ଟ ନବତୁତ ନ୍ୟୂଜ୍ ଓଡ଼ିଶା।
