ଡାବୁଗାଁର ୨ ଆଇନିଜୀବୀ ସରକାରୀ ଓକିଲ ନିଯୁକ୍ତ
ନବରଙ୍ଗପୁର, ୦୪/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ୨ ଜଣ ଆଇନିଜୀବୀ ସହକାରୀ ସରକାରୀ ଅଧିବକ୍ତା (ଏପିପି) ଭାବେ ନିଯୁକ୍ତି ପାଇଛନ୍ତି | ରାଜ୍ୟ ସରକାର ଙ୍କ ଆଇନ ବିଭାଗର ବିଜ୍ଞପ୍ତି ନଂ ୧-ଏଲଆର-୨୧/୨୦୨୫ -୨୧୬୬୮ ତା. ୩୦.୧୨.୨୦୨୫ ଅନୁସାରେ ସରକାର ଡାବୁଗାଁର ୨ ଜଣ ଓକିଲ ଦିବ୍ୟ ରଞ୍ଜନ ରାୟପାତ୍ର ଓ ଦିବାନ ସିଂ ଙ୍କୁ ସହକାରୀ ସରକାରୀ ଅଧିବକ୍ତା ଭାବେ ଡାବୁଗାଁ ତହସିଲରେ ନିଯୁକ୍ତ କରାଯାଇଛି | ଏଠି ପୂର୍ବରୁ ୨ ଆଇନିଜୀବୀ ଡାବୁଗାଁ ବ୍ଲକରେ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ | ଏହି ସମୟରେ ଗରିବ ଅସହାୟ ଲୋକଙ୍କୁ ମାଗଣାରେ ଆଇନ ସହାୟତା ପ୍ରଦାନ କରୁଥିଲେ | ଏହି ୨ ଆଇନିଜୀବୀ ସରକାରଙ୍କ ତରଫରୁ ଅଧିବକ୍ତା ଭାବେ ନିଯୁକ୍ତି ପାଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି | ଏନେଇ କେନ୍ଦ୍ର ସରକାର, ରାଜ୍ୟ ସରକାର, ରାଜ୍ୟ ଆଇନୀମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଏବଂ ପୂର୍ବତନ ସାଂସଦ ପର୍ଶୁରାମ ମାଝି ଙ୍କ ନିକଟରେ ଉଭୟ ଆଇନିଜୀବୀ କୃତଜ୍ଞତା ଜ୍ଞାପନ କରିଛନ୍ତି |