ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲି
ନବରଙ୍ଗପୁର, ୦୪/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଶନିବାର ଅପରାହ୍ନରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଭୋଟରଙ୍କର ଭୋଟ ପରିଚୟ ପତ୍ର ରେ ଯାହାର କ୍ରାପ୍ଟ ଫଟୋ ରହିଛି ସେଗୁଡିକ ଅନଲାଇନ ରେ ଅପ୍ଲୋଡ କରି ବଦଳାଇବା ଓ ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଶୀଘ୍ର ଶେଷ କରିବା ଉପରେ ଭିଡିଓ କନଫରେନ୍ସି ମାଧ୍ୟମରେ ତାଲିମ ଦିଆଯାଇଥିଲା | ଏଥିରେ ଉପଜିଲାପାଳ କାର୍ଯ୍ୟ|ଳୟର ନରସିଂ ପାଣିଗ୍ରାହୀ ଓ ପ୍ରକାଶ ଚନ୍ଦ୍ର ପଣ୍ଡା ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ସୁପରଭାଇଜର ଧନସିଂ ତନ୍ତୀ, ବିକାଶ ରଞ୍ଜନ ନିଶଙ୍କ, ରତିକାନ୍ତ ନାୟକ, ରାଇସିଂ ପୂଜାରୀ ଓ ୬୩ ଜଣ ବୁଥ ସ୍ତରୀୟ ଅଧିକାରୀ ମାନେ ତାଲିମ ନେଇଥିଲେ |