ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଝରିଗାଁ, ୦୪/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡାବେଡା ପଞ୍ଚାୟତର ତ୍ରୀନାଥ ମଣ୍ଡପ ସ୍ଥିତ ପ୍ରାଙ୍ଗଣରେ ଚଳିତ ବର୍ଷର ଶିବରାତ୍ରୀ ଜାଗର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ସମସ୍ତ ସାହିର ବୟୋଜ୍ୟେଷ୍ଠ ,ବରିଷ୍ଠ ,ବୁଦ୍ଧିଜୀବି, ସମାଜ ସେବୀ,କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ମନ୍ଦିରର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ। ଆଗାମୀ ଦିନରେ ମନ୍ଦିର ସମସ୍ୟା ଓ ବିକାଶର କେନ୍ଦ୍ରବିନ୍ଧୁ ଉପରେ ଦୁଃଖ ପ୍ରକାଶ କରି ଜାଗରଣ ମଞ୍ଚର ସଭାପତି ପିତାମ୍ବର ମାଝୀ ଙ୍କ ନେତୃତ୍ୱରେ ଏକ ସଭାର ଆୟୋଜନ ହୋଇଥିଲା। ଚଳିତ ବର୍ଷର ଦେବ ଦେବ ମହାଦେବଙ୍କ ଶିବରାତ୍ରୀ ଜାଗର ନିମନ୍ତେ ସମସ୍ତ ବ୍ୟବସ୍ଥା ସଠିକ ଭାବେ ପରିଚାଳିତ ହେବା ଜରୁରୀ ବୋଲି ସଭାପତି ପିତାମ୍ବର ମାଝୀ ମତପ୍ରକାଶ କରିଥିଲେ। ପ୍ରତ୍ୟେକ ବର୍ଷ ବୋଲି ଏହି ବର୍ଷ ମଧ୍ୟ ମହାଶିବରାତ୍ରି ଜାଗର ସୁରୁଖୁରୁରେ କେମିତି ସଂପନ୍ନ ହୋଇପାରିବ ତାହା ସହ ଭକ୍ତମାନଙ୍କର ସମାଗମକୁ ଆଖି ଆଗରେ ରଖି ପୂର୍ବ ପ୍ରସ୍ତୁତିକୁ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମୁଖ୍ୟତଃ ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ବାବା ଝାଡେଶ୍ବର ପ୍ରଭୁଙ୍କୁ ଦିବ୍ଯ ଦର୍ଶନ ସହ ଆଶୀର୍ବାଦ ଲାଭ କରିପାରିବେ ସେ ସମ୍ବନ୍ଧରେ ମଧ୍ୟ ବିସ୍ତୃତ ଆଲୋଚନା ଭାବେ ହୋଇଥିଲା। ପରିଶେଷରେ ସମସ୍ତେ ଚଳିତ ମହାଶିବରାତ୍ରି ଜାଗର ସଫଳତା କାମନା କରି ସଭା ସାଙ୍ଗ କରିଥିଲେ।