Hot Posts

6/recent/ticker-posts

ନୂଆପଡ଼ାରେ ଏନଡିଆରଏଫ୍‌ର ‘ଟେବୁଲ ଟପ’ ଅଭ୍ୟାସ; ସାଇପଲା ଡ୍ୟାମରେ କାଲି ‘ମକଡ୍ରିଲ’

ନୂଆପଡ଼ା, ୦୬/୦୧ ( ସୁରେଶ ମହାନନ୍ଦ ) :ନୂଆପଡ଼ା ଜିଲ୍ଲାରେ ବନ୍ୟା ସମୟରେ ଜଳ ମଧ୍ୟରେ ଉଦ୍ଧାର କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜାତୀୟ ଆପଦ ପ୍ରତିକ୍ରିୟା ବଳ (ଏନଡିଆରଏଫ୍)ର ମିଳିତ ଆନୁକୁଲ୍ୟରେ ‘ଟେବୁଲ ଟପ’ ଅଭ୍ୟାସ ଅନୁଷ୍ଠିତ ହୋଇଛି। ସଦଭାବନା ସଭାଗୃହରେ ଆୟୋଜିତ ଏହି ଅଭ୍ୟାସକୁ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ। ଏହି ଅଭ୍ୟାସରେ ଏନଡିଆରଏଫ୍ କମାଣ୍ଡାଣ୍ଟ ଡଃ ତୀର୍ଥବାସୀ ସାହୁ, ଇନ୍ସପେକ୍ଟର ବରୁଣ କୁମାର ଓ ସବ୍‌ଇନ୍ସପେକ୍ଟର ବିକାଶ ପ୍ରମୁଖ ବନ୍ୟା ଜଳ ଉଦ୍ଧାର ସମୟରେ ଗ୍ରହଣୀୟ ପଦକ୍ଷେପ, ମକ୍ ଏକ୍ସରସାଇଜର କ୍ରମ, ସ୍ଥିତି ପରିଚାଳନା, ବିଭିନ୍ନ ଅଧିକାରୀ ଓ ସହଯୋଗୀ ସଂସ୍ଥାମାନଙ୍କ ଭୂମିକା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅଭ୍ୟାସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଶାକୃତ ଫଳାଫଳ ସମ୍ବନ୍ଧରେ ମଧ୍ୟ ଅଲୋଚନା ହୋଇଥିଲା। ଜିଲ୍ଲାପାଳ ଏନଡିଆରଏଫ୍‌ର ସହାୟତା ଓ ଉଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରି କହିଥିଲେ ଯେ, ଅତ୍ୟନ୍ତ କମ ସମୟରେ ସୂଚାରୁ ଭାବେ ଉଦ୍ଧାର କାର୍ଯ୍ୟ ସମ୍ପାଦନ କରିବାରେ ଏନଡିଆରଏଫ୍‌ର ଭୂମିକା ଅତୁଳନୀୟ। ‘ଜିରୋ କାଜୁଆଲଟି’ ଲକ୍ଷ୍ୟ ପାଇଁ ଏନଡିଆରଏଫ୍‌ର ସହଯୋଗ ଅତ୍ୟାବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଡିଓ ଲମ୍ବୋଦର ଧରୁଆ, ଏଡିଏମ୍ (ରାଜସ୍ୱ) ପ୍ରଫୁଲ୍ଲ କୁଜୁର, ଉପଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡଃ ଧନେଶ୍ୱର ସେଠୀ ସହ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଡେପୁଟି କଲେକ୍ଟର ଶେଖ୍ ନସିମ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଉଲ୍ଲେଖନୀୟ ଯେ, ଆସନ୍ତା କାଲି ସାଇପଲା ଡ୍ୟାମରେ ବନ୍ୟା ଜଳ ଉଦ୍ଧାର କାର୍ଯ୍ୟ ଉପରେ ଏନଡିଆରଏଫ୍‌ ଦ୍ୱାରା ‘ମକଡ୍ରିଲ’ ଅନୁଷ୍ଠିତ ହେବ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଏନଡିଆରଏଫ୍‌ର ମିଳିତ ଆନୁକୁଲ୍ୟରେ ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ