Hot Posts

6/recent/ticker-posts

ଗୁଣିଗାରିଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ପାଞ୍ଚ ଅଟକ, ଜଣେ ପୁରୀରୁ ଗିରଫ

ରାୟଗଡ଼ା, ୨୬/୦୧ ( କୃଷ୍ଣ ମୂର୍ତ୍ତି ପଟ୍ଟନାୟକ ) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ହାଡିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦୋରାଗୁଡ଼ା ଗ୍ରାମର ଗୋପାଳ ଦୋରାଙ୍କ ହତ୍ୟା ଅଭିଯୋଗରେ ପୁଲିସ ପାଞ୍ଚ ଜଣକୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଈଶ୍ୱର ଦୋରାକୁ ପୁରୀରୁ ଗିରଫ କରିଛି । ଦୋରାଗୁଡ଼ା ଗ୍ରାମର ଗୋପାଳ ଦୋରାଙ୍କ ନିଖୋଜ ଘଟଣାର ପର୍ଦାଫାସ କରିଛି ଦୋରା ଗୁଡ଼ା ପୁଲିସ । ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଗୋପାଳଙ୍କୁ ହତ୍ୟା କରାଯ‌ାଇଥିବା ଜଣା ଯାଇଛି। ହତ୍ୟା ଅଭିଯୋଗରେ ପୁଲିସ ପାଞ୍ଚ ଜଣକୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଈଶ୍ୱର ଦୋରାକୁ ପୁରୀରୁ ଗିରଫ କରିଛି। ନିଖୋଜ ନେଇ ପରିବାର ଲୋକେ ଚଳିତ ମାସ ନଅ ତାରିଖରେ ଦୋରାଗୁଡ଼ା ଥାନାରେ ଏତଲା ଦେଇଥିଲେ ।ଗତ ଗୁରୁବାର ନିଖୋଜ ଗୋପାଳଙ୍କ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଥିବା ମୃତଦେହକୁ ଗାଁ ପାଖ ଏକ ନାଳରୁ ଉଦ୍ଧାର କରାଯାଇଥିଲା।ଶବ ବ୍ୟବଚ୍ଛେଦ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣା ଯାଇଛି । ଏହି ଘଟଣାରେ ପୁଲିସ ,ଦୋରାଗୁଡ଼ା ଗ୍ରାମର କିଛି ଜଣ ସନ୍ଦିଗ୍ଧଙ୍କୁ ଥାନା ନେଇ ପଚରାଉଚରା କରିବା ପରେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଗୋପାଳଙ୍କୁ ହତ୍ୟା କରି ଥିବାର ଜଣା ଯାଇଛି । ହତ୍ୟା ଅଭିଯୋଗରେ ପୁଲିସ ପାଞ୍ଚ ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଈଶ୍ୱର ଦୋରାକୁ ପୁରୀରୁ ଗିରଫ କରିଛି। ତୀର୍ଥ ଯିବା ବାହାନାରେ ଅଭିଯୁକ୍ତ ଜଣକ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲା। ପୁରୀର କୁମ୍ଭାରପଡ଼ା ଥାନା ସହାୟତାରେ ଦୋରାଗୁଡ଼ା ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇ ଥିବାର ସୂଚନା ମିଳିଛି। ଗୁଣି ସନ୍ଦେହରେ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।ଏହି ଘଟଣାରେ ଦୋରାଗୁଡା ପୁଲିସ ସମସ୍ତ ଅଭୀଯୁକ୍ତଙ୍କ ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।