Hot Posts

6/recent/ticker-posts

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କର 138 ତମ ଜନ୍ମ ଉତ୍ସବ ପାଳିତ

ବରୀ, ୨୫/୦୧ ( ରଂଜିତ ମହାନ୍ତି ) : ଆଜି ବରୀ ବ୍ଲକ ଅଧିନସ୍ଥ ଭବାନିପୂର୍ ଠାରେ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ର ଙ୍କର 138 ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ସହପ୍ରତିରିତିକ୍ ପ୍ରହଲ୍ଲାଦ ନାଥଶର୍ମା ସଭାପତିତ୍ବ କରିବା ସହିତ ପରମ ପ୍ରେମମୟଙ୍କର୍ ଆଦର୍ଶ କିଭଳି ଭାବରେ ଜଣକୁ ଭଲ ମଣିସରେ ପରିଣତ କରିପାରେ ଆଲୋକପାତ କରିଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରୀ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହେଶ୍ୱର ସେଠି ଯୋଗଦେଇ ଶ୍ରୀ ଗୁରୁଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ଆମକୁ ଜଣେ ଜଣେ ବଡ ମଣିଷ ଅପେକ୍ଷା ଭଲ ମଣିଷ ହେବାକୁ ଉଦ୍ୟମ କରିବାକୁ ପଡ଼ିବ ବୋଲି ପ୍ରକାଶ କରିବା ସହିତ ଯାହାକି ଶ୍ରୀ ଗୁରୁଙ୍କ ପ୍ରତି ଆମର ସମର୍ପଣ ଭାବ ପ୍ରକାଶିତ ହେବ ବୋଲି ମତ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ସହପ୍ରତିରିତିକ୍ କୁମୁଦ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ପରମପ୍ରେମମୟ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କର ପ୍ରେମ ଡୋରୀରେ ବାନ୍ଧି ହୋଇ ଜୀବନରେ ଯେତେବି ତ୍ରୁଟି ବିତୃଟି ରହିଛି ତାକୁ ତ୍ୟାଗ କରିବା ସହିତ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାକୁ ସମସ୍ତେ ନିଜର ପ୍ରତିବଦ୍ଧତା ରଖିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିବା ସହିତ ଆଜିର ବିଜ୍ଞାନ ଯୁଗରେ ଅର୍ଥ ପଛରେ ନ ଗୋଡେଇ ଗୁରୁ ଗୁରୁଜନଙ୍କର ଆଶୀର୍ବାଦ ପାଇବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସହପ୍ରତିରିତିକ ଯୋଗ ଦେଇଥିବା ବେଳେ ସତସଙ୍ଗ ବିହାର ଭୁବନେଶ୍ୱର ଶାଖା ତରଫରୁ ସଙ୍ଗୀତ ପରିବେଷଣ କରାଯିବା ସହିତ ସ୍ଥାନୀୟ କାଇପଡା ଅଞ୍ଚଳର ଫ୍ଲୋରୀନା ଗ୍ରୁପ୍ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ଅନୁଷ୍ଠାନର ଅଧର୍ଯୁ ପତିତପାବନ ନାଥଶର୍ମା ସ୍ଥାନୀୟ ରିତିକ୍ ଉମାକାନ୍ତ ବିଶ୍ଵାଳ, ଯାପକ ପ୍ରମୋଦ ନାଥଶର୍ମା, ଗୁରୁଚରଣ ପାଢ଼ୀ, ସୁବର୍ଜିତ ନାଥ, ଅର୍ଜୁନ ନାଥଶର୍ମା, ସଞ୍ଜୟ ପାଢ଼ୀ, କ୍ଷୀରୋଦ ନାଥଶର୍ମା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ବରୀ ଅଞ୍ଚଳର ବହୁ ପରମ ପ୍ରେମୀ ମା ଭଉଣୀ ମାନେ ଯୋଗ ଦେଇଥିଲେ।