Hot Posts

6/recent/ticker-posts

ଅବସରପ୍ରାପ୍ତ ପୋଲିସ ଅଧିକାରୀ ତଥା ପୂର୍ବତନ ସରପଞ୍ଚ ସମାଜ ସେବୀ ଭୁବନେଶ୍ୱର ମଲିକଙ୍କ ବିୟୋଗ

କନ୍ଧମାଳ ୨୬/୧ ( ଅଚ୍ୟୁତ ଜାନୀ ) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତ ମଲିକ ଗାଁ ଅବସରପ୍ରାପ୍ତ ପୋଲିସ ଅଧିକାରୀ ତଥା କୁସୁମେଣ୍ଡି ପଞ୍ଚାୟତ ପୂର୍ବତନ ସରପଞ୍ଚ ସମାଜ ସେବୀ ଭୁବନେଶ୍ୱର ମଲିକ(୯୨)ଙ୍କ ରବିବାର ଦିନ ପୂର୍ବାହ୍ନରେ ନିଜ ବାସ ଭବନରେ ବିୟୋଗ ହୋଇଛି । ସେ ତା - ୫ /୨/୧୯୩୪ ମସିହାରେ ଜନ୍ମଗ୍ରହଣ କରି ପାଠ ପଢି ସାରିବା ପରେ ତା - ୫/୨/୧୯୫୫ ମସିହାରେ ସରକାରୀ ଚାକିରିର ପୋଲିସ ବିଭାଗରେ ନିଯୁକ୍ତ ହୋଇଥିଲେ । ଡିଷ୍ଟ୍ରିକ୍ଟ ସୁପରିଣ୍ଟେଡେଣ୍ଟ ଅଫ୍ ଇଣ୍ଟେଲିଜେନସ୍ ଭାବେ କାର୍ଯ୍ୟକରି ତା - ୨୯/୨/୧୯୯୨ ମସିହାରେ ଅବସର ଗ୍ରହଣ କରିଥିଲେ । ତାପରେ ୧୯୯୩ ମସିହା ପଞ୍ଚାୟତ ନିର୍ବାଚନରେ କୁସୁମେଣ୍ଡି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ସମାଜସେବା ପ୍ରତି ରୂଚି ଥିବାରୁ ଆକୃଷ୍ଟ ହୋଇ କୁଇ ସମାଜରେ ଯୋଗଦେଇ ଜିଲ୍ଲା ସ୍ତରୀୟ ଜଣେ ଆଗଧାଡିର ଦିଗଦର୍ଶନ ତଥା ସଂଗ୍ରାମୀ ଆବାହକ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ । ଏହାପରେ କୁଇ ସମାଜ ସେବା ସମିତି ଲାଇନ ପଡା ଶାଖାର ସଭାପତି ଦାୟିତ୍ୱ ଦୀର୍ଘ ବର୍ଷ ତୁଳାଇବା ସହିତ କେନ୍ଦ୍ର କୁଇ ସମାଜ ସେବା ସମିତି ଫୁଲବାଣୀର ଉପସଭାପତି ଭାବେ ମଧ୍ୟ ୫ ବର୍ଷ କାର୍ଯ୍ୟ ନିର୍ବାହ କରିଥିଲେ ।ସେ ଜଣେ ଦକ୍ଷ ପୋଲିସ ଅଧିକାରୀ ଓ ସମାଜସେବୀ, ମିଷ୍ଟଭାଷୀ, ମେଳାପୀ କର୍ମଠ,ସାହସୀ ବ୍ୟକ୍ତି ଥିଲେ । ତାଙ୍କର ଅବଦାନ ଅଞ୍ଚଳ ପାଇଁ ଓ ଜିଲ୍ଲା ପାଇଁ ଅତୁଳନୀୟ ଥିଲା । ତାଙ୍କର ମୃତ୍ୟୁ ବରଣ ଖବର ପାଇ ସାରା କନ୍ଧମାଳର କୁଇ ସମାଜ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଭଗବାନ ପରମେଶ୍ବର ତାଙ୍କର ଅମର ଆତ୍ମାର ସଦଗତି ପ୍ରଦାନ କରିବା ସହିତ ପରିବାର ବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧର୍ଯ୍ୟ ଓ ସାହସ ଦିଅନ୍ତୁ । ଅପରାହ୍ନରେ ସମସ୍ତ ଜ୍ଞାତି କୁଟୁମ୍ବ ଗ୍ରାମବାସୀ, କୁଇ ସମାଜ କର୍ମ କର୍ତ୍ତା ଓ ବିଭିନ୍ନ ସଂଗଠନରୁ ଆସିଥିବା ବ୍ୟକ୍ତି ମାନଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।