3500ଟଙ୍କା ପେନସନ ମିଳିବ କେବେ 92ବର୍ଷୀୟା ବୃଦ୍ଧାକୁ
ଝରିଗାଁ, ୨୭/୦୧ ( ନକୁଳ ଭତ୍ରା ) : ନିର୍ବାଚନ ପ୍ରଚାର ସମୟରେ ବିଜେପି ସରକାର ସତ୍ତାକୁ ଆସିଲେ 80ବର୍ଷରୁ ଉର୍ଦ୍ଧ ବୟସ ହୋଇଥିବା ବୃଦ୍ଧବୃଦ୍ଧା ମାନଙ୍କୁ 3500ଟଙ୍କା ଲେଖାଏ ପେନସନ ଦେବି ବୋଲି ପ୍ରତିଶୃତି ଦେଇଥିଲା |ହେଲେ ରାଜ୍ୟରେ ବିଜେପି ସରକାର ଗଢିବାର ବର୍ଷେ ହେଉଥିଲେ ମଧ୍ୟ ଆଜିଯାଏ ଅନେକାଂଶ କ୍ଷେତ୍ରରେ 3500ଟଙ୍କା ପେନସନ ଦିଆଯାଉନାହିଁ |ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକରେ |ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଳଗାଁ ପଂଚାୟତ ଅନ୍ତର୍ଗତ ମହଣ୍ଡି ଗ୍ରାମରେ ବସବାସ କରୁଥିବା ବିଧବା କଳାବତୀ ଭତରାଙ୍କ ବୟସ ବର୍ତମାନ 90କୁ ଟପିଲାଣି, ତଥାପି ସେ ମାସକୁ 1000ଟଙ୍କା ହିଁ ବିଧବା ଭତ୍ତା ପାଉଥିବା ଅଭିଯୋଗ କରିଛନ୍ତି |ଦୀର୍ଘ ବର୍ଷ ପୂର୍ବରୁ ପାଇଥିବା ଇନ୍ଦିରା ଆବାସ ଘରେ ରହଣି କରିଥିବା ବେଳେ, ମାସକୁ 1000ଟଙ୍କା ଓ 5କେଜି ପିଡିଏସ ଚାଉଳରେ ଗୁଜୁରାଣ କରୁଛନ୍ତି |3500ଟଙ୍କା ଭତ୍ତା ପାଇଁ ପଂଚାୟତର ୱାର୍ଡ ମେମ୍ବର, ସରପଞ୍ଚ ଓ ପିଇଓ ଙ୍କୁ ଅନେକ ଥର କାଗଜପତ୍ର ଦେଇଥିଲେ ହେଁ, ଏଯାଏ ସେ 3500ଟଙ୍କିଆ ପେନସନରୁ ବଂଚିତ ରହୁଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି |ପ୍ରଶାସନ ତାଙ୍କୁ ମାସକୁ 3500ଟଙ୍କା ଭତ୍ତା ଆକାରରେ ପ୍ରଦାନ କଲେ ସେ ଉପକୃତ ହୁଅନ୍ତା ବୋଲି ଗ୍ରାମବାସୀ ଦାବୀ କରିଛନ୍ତି |