Hot Posts

6/recent/ticker-posts

ବରଗଡ଼ ଧନୁଯାତ୍ରା ଭଳି କୋରାପୁଟିଆ ପୁଷପୁନି

ଜୟପୁର, ୨।୧ ( ଏ. ଭେଙ୍କଟ ରାଓ ) : କୋରାପୁଟିଆ କଳା ଓ କଳାକାର ଗ୍ରୁପ ଦ୍ୱାରା ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଜାନୁୟାରୀ ୨ ତାରିଖ ରୁ ଜାନୁୟାରୀ ୯ ତାରିଖ ଯାଏଁ କୋରାପୁଟର ଲୋକପର୍ବ ପୁଷପୁନି ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ପୁଷପୁନି ଶୋଭାଯାତ୍ରା ଭଗବତୀ ମନ୍ଦିରରୁ ବାହାରି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ମାର୍ଗ ଦେଇ ମୁଖ୍ୟ ଟ୍ରାଫିକ ଛକ ପର୍ଯ୍ୟନ୍ତ ଜିଲ୍ଲାର ଶହ ଶହ କଳାକାର ମାନେ ପୌରାଣିକ ଚରିତ୍ରର ବିଭିନ୍ନ ବେଶରେ ସଜ୍ଜିତ ହୋଇ କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରକାର ନୃତ୍ୟ ଦଳ, ବାଜା ବାଜଣା ସହ ଏକ ବିରାଟ ଶୋଭାଯାତ୍ରାରେ ପହଞ୍ଚିଥିଲେ l ଏଥିରେ ଯେ କୌଣସି ବ୍ୟକ୍ତି ମଧ୍ୟ୍ୟ ନିଜେ ନିଜ ପାରମ୍ପରିକ ବେଶ ବାନ୍ଧି ଯୋଗ ଦେଇ ପାରିବେ ବୋଲି ନିଷ୍ପତ୍ତି ହୋଇଛି। କୋରାପୁଟ ଜିଲ୍ଲାର ଆଦିବାସୀ ଗୀତର କଣ୍ଠଶିଳ୍ପୀ ମାନେ ଦେଶିଆ ଗୀତ ପରିବେଷଣ କରିବେ ପୁଷପୁନି ମଞ୍ଚରେ ପରଦିନ ଜୟପୁର ବିଭିନ୍ନ ନୃତ୍ୟ ଦଳ ମାନଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ପରିବେଷଣ ଏବଂ ଆଦିବାସୀ ଏକକ ନୃତ୍ୟ ଦେଶିଆ ନାଟକ ପ୍ରଦର୍ଶିତ ହେବା ସହ ଜୟପୁରର ବିଭିନ୍ନ ନାଟ୍ୟ ଦଳଙ୍କ ଦ୍ୱାରା ମଞ୍ଚ ନାଟକ ସହ ଜୟପୁର କଳାକାରଙ୍କ ଦ୍ୱାରା ପ୍ରଯୋଜିତ ଚଳଚିତ୍ର ପ୍ରଦର୍ଶନ ଆଦିବାସୀ ବେଶ ପ୍ରତିଯୋଗିତା ଫେସନ ଶୋ ଜୟପୁର କଳାକାରଙ୍କ ଦ୍ୱାରା ପ୍ରଯୋଜିତ ଅନ୍ୟାନ୍ୟ ଚଳଚିତ୍ର ପ୍ରଦର୍ଶନ ହେବ ୯ ତାରିଖରେ ଉଦଯାପନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।୨ ତାରିଖ ସନ୍ଧ୍ୟାରୁ ୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା, ହସ୍ତତନ୍ତ୍ର ଏବଂ ବିଭିନ୍ନ କିସମର ଖାଦ୍ୟ ମେଳା ମାନ ଅନୁଷ୍ଠିତ ହେବାକୁ ନିଷ୍ପତି ନିଆ ଯାଇଥିବା ପୁଷପୁନି କିମିଟିର ମୁଖ୍ୟ ସଂଯୋଜକ ତଥା ସ୍ୱରଘୁଙ୍ଗୁର ସାଂସ୍କୃତିକ ଅନୁଷ୍ଠାନର ଅଧ୍ୟକ୍ଷ ଧିରେନ ମୋହନ ପଟନାୟକ ଏବଂ ମନୋଜ ପାତ୍ର ସୂଚନା ଦେଇଛନ୍ତି।