ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭୁ ଜାନୀ ସହ ୪ ଜଣ ମୃତ୍ୟୁମୁଖରୁ ଅଳ୍ପକେ ବର୍ତିଲେ ।
କୋରାପୁଟ, ୧୯/୦୧ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜା ବେଡ଼ାପଦର ପଞ୍ଚାୟତ ର ସେମିତୋଟାଗୁଡ଼ା ପୋଲୋ ଉପରେ ବାଲି ଓ ମେଟାଲ ରାସ୍ତା ମଝିରେ ଗଦେଇ ହୋଇଥିବାରୁ ପୂର୍ବତନ ଲକ୍ଷ୍ମୀପୁର ବିଧାୟକ ଶ୍ରୀଯୁକ୍ତ ପ୍ରଭୁ ଜାନୀ ସହ ୪ ଜଣ ଓଡି ୧୦ ଏନ ୬୬୯୯ ନମ୍ବର ଗାଡ଼ିରେ ସନ୍ଧ୍ୟା ପ୍ରାୟ ୫ : ୩୦ ଘଣ୍ଟା ସମୟରେ ମହା ଦୁର୍ଘଟଣାରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯେଉଁ ଠିକାଦାର ଏହିସବୁ କରିଛି କିମ୍ବା କରେଇଛି ତାହୁକୁ ଧାରା ୧୯୮ (କ) ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯାଉ କିମ୍ବା ଜରିମାନା ନିଆଯାଉ । ଏବଂ ଏହିଭଳିଆ ବେନିୟମରେ କର୍ଯ୍ୟକରୁଥିବା ଠିକାଦାର ମାନଙ୍କୁ ଉଚିତ୍ ଦଣ୍ଡବିଧାନ କରାଯାଉ ତେବେ ଆଗାମି ଦିନମାନଙ୍କରେ ସଠିକ୍ କାମ କରି ଦେଶର, ରାଜ୍ୟର ଓ ଜନସାଧାରଣଙ୍କ ମଙ୍ଗଳଜନକ କାର୍ଯ୍ୟ କରିପାରିବେ ।
କୋରାପୁଟରୁ ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ ନିୟୁଜ