Hot Posts

6/recent/ticker-posts

ବିଦ୍ୟାଳୟ ସ୍ତରୀୟ ପି.ଏମ.ଶ୍ରୀ ଉତ୍ସବ ୨୦୨୫-୨୬

ଝରିଗାଁ, ୧୯/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ରାତାଖଣ୍ଡି ଗୁଡା ଗ୍ରାମ ପଞ୍ଚାୟତ ସଦର ମହକୁମାସ୍ଥିତ ପି.ଏମ୍.ଶ୍ରୀ ଉଚ୍ଚ ବିଦ୍ୟାଳୟ,ରାତାଖଣ୍ଡି ଗୁଡା ପରିସରରେ ବିଦ୍ୟାଳୟ ସ୍ତରୀୟ ପି.ଏମ୍.ଶ୍ରୀ ଉତ୍ସବ ୨୦୨୫-୨୬ ମହାସମାରୋହରେ ଆଜି ପାଳିତ ହୋଇଯାଇଛି l ଏହି ଅବସରରେ ଆବାହକ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଲେଖ ଚରଣ ଭକ୍ତ,ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟି, ପୁରାତନ ଛାତ୍ର ଛାତ୍ରୀ, କମିଟି ସଭ୍ୟ ସଭ୍ୟା ବୃନ୍ଦଙ୍କ ଦ୍ଵାରା ଉକ୍ତ ଉତ୍ସବ କରାଯାଇଥିଲା | ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦଶରଥ ଗଣ୍ଡ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଝରିଗାଁ ବିଡିଓ ଶ୍ରୀଯୁକ୍ତ ମଧୁସୂଦନ ମାଝୀ, ମୁଖ୍ୟ ଵକ୍ତା ବନଜା କାନ୍ତ ସାମଲ, ସିଆରସିସି ଛୋଟାଗୁଡା, ସମ୍ମାନୀତ ଅତିଥି ଏମଏଲ ଏ ପ୍ରତିନିଧି ଗଣପତି ସାହୁ, ଜିଲ୍ଲା ସମ୍ପାଦିକା ସୁମିତ୍ରା ମାଝୀ, ସମିତି ସଭ୍ୟ ତମ୍ଭୁଦାଶ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ,ଉପସ୍ଥାପିକା ଆଭାଶ୍ରୀ ଦାସ,ପ୍ରମୁଖ ଉପସ୍ଥିତ ରହି ମୁଖ୍ୟ ଅତିଥି ଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା l ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପ ଦୀପ ପ୍ରଜ୍ଜ୍ଵଳନ କରିବା ପରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଉପସ୍ଥାପିକା ଙ୍କ ଭାଷଣ ପରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା lଏଥିରେ ପିଏମଶ୍ରୀ ଉତ୍ସବ ଉପରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ | ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଚେତନତା ନାଟକ ପ୍ରଦର୍ଶନ, ସଙ୍ଗୀତ, ଏକକ ନୃତ୍ୟ ଓ ଦଳଗତ ନୃତ୍ୟ ପ୍ରଦର୍ଶିତ କରାଯାଇଥିଲା | ଏହି ପିଏମଶ୍ରୀ ର ଅର୍ଥ ହେଉଛି :- ପ୍ରଧାନମନ୍ତ୍ରୀ ସ୍କୁଲ୍ସ ଫର ରାଇଜିଙ୍ଗ ଇଣ୍ଡିଆ | ଏହା ୨୦୨୨ ମସିହାରେ ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଏକ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା | ଏହି ପିଏମଶ୍ରୀ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା:- ସର୍ବାଙ୍ଗୀନ ବିକାଶ, ସବୁଜ ବିଦ୍ୟାଳୟ, ପ୍ଲାଷ୍ଟିକ ମୁକ୍ତ ପରିସର, ଜଳ ସଂରକ୍ଷଣ, ଏକବିଂଶ ଶତାଦ୍ଦୀର ଦକ୍ଷତା, ପିଏମଶ୍ରୀ ମେଳା, କାର୍ଯ୍ୟ ମାଧ୍ୟମରେ ଶିକ୍ଷା, ସମ୍ପ୍ରଦାୟର ଅଂଶ ଗ୍ରହଣରେ ପିତା ମାତା ସ୍ଥାନୀୟ ଲୋକ ଙ୍କୁ ବିଦ୍ୟାଳୟ ସହ ଯୋଡିବା ଏବଂ ଆନନ୍ଦ ଦାୟକ ଶିକ୍ଷା ଏହା ବିଦ୍ୟାଳୟକୁ କେବଳ ପାଠ ପଢିବାର ସ୍ଥାନ ନୁହେଁ ବରଂ ଉତ୍ସବ ଏବଂ କୌତୁହଳର କେନ୍ଦ୍ର ରେ ପରିଣତ କରେ | ଉଦଘାଟନୀ ଉତ୍ସବ ଓ ଉଦଯାପନୀ ଉତ୍ସବ ର ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ଷ୍ଟଲ୍ ସବୁ ବୁଲି ଛାତ୍ରଛାତ୍ରୀ ମାନଙ୍କ ଭିତରେ ଲୁକାୟିତ ପ୍ରତିଭା ଦେଖି ଖୁସି ପ୍ରକଟ କରିଥିଲେ lଏହି ଉଦଯାପନୀ ସମାରୋହ ଉତ୍ସବରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଲେଖ ଚରଣ ଭକ୍ତ ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମଧୁସୂଦନ ମାଝୀ,ସମ୍ମାନୀତ ଅତିଥି ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦଶରଥ ଗଣ୍ଡ,CRCC ବନଜା କାନ୍ତ ସାମଲ,ପ୍ରମୁଖ ମଞ୍ଚାସୀନ ଥିଲେ |ଶ୍ରୀଯୁକ୍ତ ମଧୁସୂଦନ ମାଝୀ ଶିକ୍ଷା ହେଉଛି ବିକାଶର ମୂଳ ଲକ୍ଷ୍ୟ ବୋଲି ନିଜ ବକ୍ତବ୍ୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ llଏମ ଶ୍ରୀ କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟଲ୍ କରିଥିବା ପ୍ରତିଯୋଗୀ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ବୃନ୍ଦ ପ୍ରମୂଖ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚରଣ ଭକ୍ତ ବେଶ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ |ଶେଷରେ ଶିକ୍ଷକ ଶ୍ରୀ ଭକ୍ତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା l ପରେ ଛାତ୍ରଛାତ୍ରୀ ମନ ଆନନ୍ଦରେ ମଞ୍ଚ ଉପରେ ନାଚି ନାଚି ଖୁସି ହୋଇଥିଲେ l