Hot Posts

6/recent/ticker-posts

ସିଙ୍ଗସାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର 1996 ମାଟ୍ରିକ ବ୍ୟାଚ ର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଉମରକୋଟ, ୧୯/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସିଙ୍ଗସାରୀ ପଂଚାୟତ ସଦର ମହୋକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ ଦୀର୍ଘ 30ବର୍ଷ ପୂର୍ତ୍ତି ଅବସରରେ ଉମରକୋଟ ବ୍ଲକର ପ୍ରର୍ଯ୍ୟଟଣ ସ୍ଥଳି ପୋଡାଗଡ଼ ପାହାଡ଼ ଠାରେ 1996 ମସିଆ ମେଟ୍ରିକ ବ୍ୟାଚ ର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ମହା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୂଖ୍ୟ ଅତିଥି ପଦ୍ମନି ବିଦାର,କିଶୋର କୁମାର ଶିଲ,ଙ୍କୁ ପ୍ରଥମେ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା । ପରେ ରାଜେନ୍ଦ୍ର ଭକ୍ତ, ସଭାପତି ଦାୟିତ୍ୱ କରିଥିବା ବେଳେ ମୁଖ୍ୟୟ ଆୟୋଜକ ଭାବେ ଗୋବିନ୍ଦ ଭତ୍ରା, ସମ୍ପାଦକ ମଦନ ମାଝୀ,ସହ ସମ୍ପାଦକ ଶିବଶଙ୍କର ପ୍ରଧାନ,ଯୋଗଦେଥିବା ବେଳେ ସଭା ପରିଚାଳନା ରାଜେନ୍ଦ୍ର ଭକ୍ତ କରିଥିଲେ | ବିଶେଷ ସହଯୋଗ କାରି ବନମାଳୀ ନାୟକ,ବସନ୍ତ ଭତ୍ରା ଖଗପତି ହରିଜନ, କେଶବ ପୂଜାରୀ,ଜଗଦିଶ ମାଝୀ,ବାସୁଦେବ ଭୂମିୟା,ପଦ୍ମନୀ ଦଳେଇ, ତାର ନାୟକ, ଅନ୍ୟ ବନ୍ଧୁ ମାନେ ଯୋଗଦେଇଥିଲେ।l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ 1996 ବ୍ୟାଚ ର ସମସ୍ତ ଛାତ୍ର ଛାତ୍ରୀ ଙ୍କର ଦୀର୍ଘ 30ବର୍ଷ ପୂର୍ତ୍ତି ଅବସରରେ ବନ୍ଧୁ ମାନଙ୍କ ସହ ଭେଟ ହୋଇ ଯେଉଁପରି ସେହି 1996ବର୍ଷ ଆସିଲା ପରି ଅନୁଭବ କରି ବୋହୁତ ଖୁସି ହୋଇଥିଲେ l ଏହି ବନ୍ଧୁ ମିଳନ ଶେଷରେ ରାଜେନ୍ଦ୍ର ଭକ୍ତ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀ ଦିନର ସ୍ମରଣୀୟ ମୁହୂର୍ତ୍ତ କୁ ମନେ ରଖିବା ପାଇଁ ପ୍ରର୍ଯ୍ୟଟଣ ସ୍ଥଳି ପୋଡାଗଡ଼ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଛି ବୋଲି ରାଜେନ୍ଦ୍ର ଭକ୍ତ କହିଥିଲେ।ପରିସରରେ ସମସ୍ତଙ୍କୁ ଧନ୍ୟାବାଦ ଦେଇ ସଭା ସଂଙ୍ଗ କରିଥିଲେ। 

ଝରିଗାଁ ରୁ ନକୁଳ ଭତ୍ରାଙ୍କ ରିପୋର୍ଟ