Hot Posts

6/recent/ticker-posts

ନଡ଼ିଆରେ ତିଆରି କରୁଛନ୍ତି ସନ୍ତୋଷ ସୁନ୍ଦର ସୁନ୍ଦର ଚିତ୍ର, ମାତ୍ର ମିଳୁନି ପ୍ରୋତ୍ସାହନ।

ବରୀ, ୨୭/୦୧ ( ରଂଜିତ ମହାନ୍ତି ) ::ନଡ଼ିଆରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତି । ସାମ୍ନାରେ ଦେଖୁଥିବା ଯେକୌଣସି ବ୍ୟକ୍ତିବିଶେଷ କିମ୍ବା କୌଣସି ବି ରୂପରେଖକୁ ଗୋଟା ନଡ଼ିଆରେ ନକଲ କରିଦେଇପାରନ୍ତି ସନ୍ତୋଷ l ଯାଜପୁର ଜିଲ୍ଲା ବରୀ ବ୍ଲକ୍ ମନ୍ଦାରୀ ଗ୍ରାମ ପଞ୍ଚାୟତର ବରହମପୁର ଅଞ୍ଚଳର ଯୁବକ ସନ୍ତୋଷ ଦଳେଇ ଔରଫ ଭଞ୍ଜୁ । ଦୀର୍ଘ ୧୪ ବର୍ଷ ଧରି ନଡ଼ିଆ ମୂର୍ତ୍ତି ତିଆରି କରୁଛନ୍ତି l ଏବେ ଏବେ ବିଶେଷ ଭାବେ ଆକର୍ଷିତ ହୋଇଥିଲା ତାଙ୍କର ହ୍ୟୁମାନ ସାଗର ଙ୍କ ପ୍ରତିମୂର୍ତ୍ତି ଯାହାକି ନଡିଆରେ ତିଆରି l ଏଭଳି ଏକ ନିଆଁରା କଳାକୁ ନିଶା କରି ଦିନ ମଜୁରିଆ ଭାବେ ଜୀବନ ଅତିବାହିତ କରୁଥିବା ଭଞ୍ଜୁଙ୍କ ଉପରେ କାହାରି ଦୃଷ୍ଟି ପଡ଼ି ପଡୁନାହିଁ।ଏଭଳି ମୂର୍ତ୍ତି ତିଆରି କରି ଦେଶବିଦେଶର ପର୍ଯ୍ୟଟକ ମାନଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି ସେ। ବିଭିନ୍ନ ମହଲରୁ ବେଶ୍ ପ୍ରଶଂସା ମଧ୍ୟ ସାଉଁଟି ପାରିଛନ୍ତି। ସନ୍ତୋଷ +୨ ପରେ ଆର୍ଟ କଲେଜ କିଛି ଦିନ ପାଠ ପଢିବା ସହିତ ବାଲୁକା ରେ କଳା କାର୍ଯ୍ୟ ଶିଖିଥିଲେ l କିଛି ବର୍ଷ ପୂର୍ବରୁ କେରଳ ରୁ ତାଙ୍କ ଗାଁ କୁ ନଡ଼ିଆ ରେ ତିଆରି ହେlଇଥିବା ମାଙ୍କଡ କୁ ପିଲାମାନେ ଆଣି ଥିଲେ। ଏହାକୁ ଦେଖି ତାଙ୍କ ଏହି କଳା ପ୍ରତି ଆଗ୍ରହ ବଢିଥିଲା l ଜିଲ୍ଲା ପ୍ରଶାସନର ଶୁଭଦୃଷ୍ଟି ଆକାଂକ୍ଷାରେ ତଥା ତାଙ୍କୁ କିଛି ପ୍ରୋତ୍ସାହନ ରାଶି ମିଳିଲେ ତାଙ୍କର କଳାକୁ ଦେଶ ବିଦେଶରେ ପହଞ୍ଚାଇ ଜିଲ୍ଲା ଆଉ ରାଜ୍ୟର ନାଁ କୁ ବିକଶିତ କରିପାରିବେ ବୋଲି କୁହନ୍ତି ସନ୍ତୋଷ।