Hot Posts

6/recent/ticker-posts

ରାଜ୍ୟ ସରକାରଙ୍କ ଚାଷ ପ୍ରୀତିର ନମୁନା: ବନ୍ଦ ପଡିଛି ଉଠା ଜଳ ସେଚନ ପ୍ରକଳ୍ପ, ୨୪ ହେକ୍ଟର ଜମି ପଡିଆ

ବରୀ, ୨୮/୧୨ ( ରଂଜିତ ମହାନ୍ତି ) : ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା ଉଠା ଜଳସେଚନ ପ୍ରକଳ୍ପରେ ତାଲା ଝୁଲୁଛି । ଫଳରେ ୨୪ ହେକ୍ଟର ଜମି ଚାଷ ନ ହୋଇ ପଡିଆ ପଡିଛି । ଫଳରେ ୮୨ ଜଣ ଚାଷୀ ଚାଷ ନକରି ନିରାଶ ହୋଇ ପଡିଛନ୍ତି । ସରକାର ଚାଷକୁ ଗୁରୁତ୍ୱ ଦେଉଥିଲା ବେଳେ ଏଥି ପ୍ରତି ଦୃଷ୍ଟି ନ ଦେବା ଚାଷୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଛି । ବରୀ ବ୍ଲକ ବରୀ ପଞ୍ଚାୟତ ଅଧିନ ବରୀ ବାଗଦା ଗ୍ରାମ ବାରମାଣିଆରେ ରହିଛି ଏହି ଉଠା ଜଳ ସେଚନ ପ୍ରକଳ୍ପ । ଚାଷୀ ମାନଙ୍କୁ ନେଇ ବଳଦେବ ଜୀଉ ପାଣି ପଞ୍ଚାୟତ ବି ଗଠନ ହୋଇଛି । ୨୦୨୩ ମସିହା ଜାନୁୟାରୀ ମାସ ୧୩ ତାରିଖରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ମସିହା ଡିସେମ୍ବର ମାସରେ ଶେଷ ହୋଇଥିଲା । ହେଲେ ନିର୍ମାଣକୁ ଦୁଇବର୍ଷ ଅତିକ୍ରାନ୍ତ ହେଲା ପରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ଏହି ୨୪ ହେକ୍ଟର ଜମିରେ ମୁଖ୍ୟତଃ ଧାନ ଓ ଡାଲିଜାତୀୟ ଫସଲ ମୁଗ ଚାଷ ହୋଇଥାଏ । ପୂର୍ବରୁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବାରୁ ଡାଳୁଅ ଧାନ ଚାଷ ହେଉଥିଲା । ଜଳ ସେଚନ ସୁବିଧା ଥିବାରୁ ଭଲ ସାରଦ ଧାନ ମଧ୍ୟ ହେଉଥିଲା । ଏବେ ସାରଦ ଧାନ ଚାଷୀ ବର୍ଷା ଉପରେ ନିର୍ଭର କରୁଛନ୍ତି । ଏଠାରେ ସାରଦ ଧାନ ଚାଷ ପରେ ବିପୁଳ ପରିମାଣର ମୁଗ ଚାଷ ହେଉଥିଲା । ହେଲେ ଉଠା ଜଳସେଚନ ପ୍ରକଳ୍ପ ବନ୍ଦ ପଡ଼ିଥିବାରୁ ମୁଗ ଚାଷ କରିବା ସମ୍ଭବ ହେଉନାହିଁ । ଫଳରେ ଏହି ଜମି ସବୁ ଏବେ ପଡିଆ ପଡିଛି । ତୁରନ୍ତ ସରକାର ଏନେଇ ପଦକ୍ଷେପ ନେବା ସହିତ ଦାବି କରିଛନ୍ତି ।