କର୍ଲାମୁଣ୍ଡା, ୨୮/୧୨ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ହାଇ ସ୍କୁଲ ଖେଳ ପଡ଼ିଆ ଠାରେ ଚାଲିଥିବା ତେରେସିଂହା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ୍ ସାନଡୁଙ୍ଗୁରୀଗୁଡ଼ା ଓ ବିନ୍ଧାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାନଡୁଙ୍ଗୁରୀଗୁଡ଼ା କ୍ରିକେଟ କ୍ଲବ ଚାମ୍ପିଅନ ହୋଇଥିଲା। ଏହି ଅବସରରେ ତେରେସିଂହା ଗ୍ରା.ପ. ସରପଞ୍ଚ ପ୍ରମୋଦ ସୁନା ମୁଖ୍ୟ ଅତିଥି, ଶିକ୍ଷକ ନୀଳମଣି ଗହିର, ବରିଷ୍ଠ ଖେଳାଳୀ ଗଜାନନ ଗହିର, କବି ତଥା ଯୁବ ସାମ୍ବାଦିକ ସୁଶାନ୍ତ ରଣା, କଳାକାର ପ୍ରମୋଦ ପଧାନ, ବିନ୍ଧାଣୀ କ୍ରିକେଟ କ୍ଳବ ସଭାପତି ଚରଣ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉଭୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ମ୍ୟାଚକୁ ଅର୍ଜୁନ ବେବର୍ତ୍ତା ଓ ବୈଦ୍ୟରାଜ ରଣା ପରିଚାଳନା କରିଥିଲେ। ପ୍ରଣବ ପଧାନ ସ୍କୋରର୍ ଦାୟିତ୍ୱରେ ରହିଥିବା ବେଳେ ମୁନା ବେବର୍ତ୍ତା ଓ ସୁମନ୍ତ ମାଝୀ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ। କ୍ରିକେଟ୍ କମିଟିର ସଭାପତି ପ୍ରବୀଣ ପ୍ରଧାନ ଓ ସମ୍ପାଦକ ବନବାସ ରଣାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ

