ମାଁ ସୁନା ପ୍ରତିମା ୬ଷ୍ଠ ବାର୍ଷିକ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ
କନ୍ଧମାଳ, ୨୮/୧୨ (ଅଚ୍ୟୁତ ଜାନୀ ଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଝାମ୍ପି ଖେଳ ପଡିଆ ଠାରେ ଶନିବାର ଦିନ ମାଁ ସୁନା ପ୍ରତିମା ୬ଷ୍ଠ ବାର୍ଷିକ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ ହୋଇଯାଇଛି । ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଦ୍ମନୀ ମଲିକ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ରୂପେ କଳିଙ୍ଗ ଆଦର୍ଶ ବିଦ୍ୟାଳୟ ଅଧ୍ୟାପକ ଅଜିତ କୁମାର ଦେହୁରୀ,ବିଦୁର କହଁର, ବେଙ୍ଗ୍ରିକିଆ ଶାଖା କୁଇ ସମାଜ କାର୍ଯ୍ୟକାରୀଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର କହଁର, କୁଇ ସମାଜ ବେଙ୍ଗ୍ରିକିଆ ଶାଖା ପୂର୍ବତନ ସମ୍ପାଦକ ହରେକୃଷ୍ଣ କହଁର , ଦୁଷ୍ମନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମ ମ୍ୟାଚ ସାନନ୍ଦ ୧୧ ସହିତ ବ୍ରଡିଗୁଡା ଖେଳିଥିବା ବେଳେ ଦିତୀୟ ମ୍ୟାଚ ଦୁତୀମେଣ୍ଡି ସହିତ ଜାର୍ଗିପଡା ସେଥିରୁ ସାନନ୍ଦ ୧୧ ଓ ଜାର୍ଗିପଡା ବିଜୟୀ ଲାଭ କରିଥିଲେ । ତାପରେ ପ୍ରଥମ ଦିବସର କ୍ୱାଟର ମ୍ୟାଚ ସାନନ୍ଦ ୧୧ ସହିତ ଜାର୍ଗିପଡା ଖେଳା ଯାଇଥିବା ବେଳେ ସେଥିରେ ଜାର୍ଗିପଡା ବିଜୟୀ ଲାଭ କରି ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟଟି ୫ ଦିନ ଧରି ହେଉଥିବା ବେଳେ ଏଥିରେ ୧୬ ଟି ଦଳ ଅଂଶଗ୍ରହଣ କରିବେ । ରେଫରି ସୁଶିଲ କୁମାର କହଁର,ପପୁନ ପ୍ରଧାନ,ସୁରଞନ ପ୍ରଧାନ, ଦୀନେଶ ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ଏଥିରେ ମାଁ ସୁନା ପ୍ରତିମା ଯୁବକ ସଂଘର ସଭାପତି ନଳୀତ କୁମାର କହଁର, ସମ୍ପାଦକ ମାନସ ରଞ୍ଜନ କହଁର ,ରାଜୀବ ଦେହୁରୀ,ଭାବିନ୍ଦ୍ର କହଁର, କେଶବ କହଁର,ସୁନିଲ,ଅମିତ,ଗଣପତି, ପ୍ରମୋଦ ପ୍ରମୋଦ କମିଟ ସଦସ୍ୟ ଉପସ୍ଥିତ ଥିଲେ ।