ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ମହାନତା: ପ୍ରତି ପଞ୍ଚାୟତ ର ଗାଁ ଗାଁ ବୁଲି ୧୦ହଜାର ରୁ ଅଧିକ ଶୀତ ବସ୍ତ୍ର ବଣ୍ଟନ କରୁଛନ୍ତି।
କଳାହାଣ୍ଡି, ୦୫/୧୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ମହାନତା,ଶୀତ ଋତୁ ରେ ୧୦ହଜାର ରୁ ଉର୍ଦ୍ଧ ଶୀତବସ୍ତ୍ର ବଣ୍ଟନ କରିଛନ୍ତି:କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ , ଗାଁ ଗାଁ ବୁଲି ୧୦ହଜାର ରୁ ଅଧିକ ଶୀତ ବସ୍ତ୍ର, କମ୍ବଳ ବଣ୍ଟନ ବଣ୍ଟନ କରିଛନ୍ତି। ଗୋଲାମୁଣ୍ଡା ବ୍ଲକ ର ୨୮ଟି ପଞ୍ଚାୟତ ର ବୃଦ୍ଧ ବୃଦ୍ଧା ଙ୍କ ଠାରୁ ଆରମ୍ଭ କରି ନିରିହ ଲୋକମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି।ସବୁ ସମୟରେ ବ୍ଳକ ଅଧ୍ୟକ୍ଷ ଙ୍କ ନେତୃତ୍ଵରେ ଗରିବ ଲୋକଙ୍କ ସମସ୍ୟା ର ସମାଧାନ ପାଇଁ ଜନଶୁଣାଣୀ ମାଧ୍ୟମରେ ସମାଧାନ କରିଥାନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ