କନକଦୁର୍ଗା ସରକାରୀ ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ
ବରୀ, ୨୮/୧୨ ( ରଂଜିତ ମହାନ୍ତି ) : ବରୀ ବାଲିବିଲି ପଞ୍ଚାୟତର କନକଦୁର୍ଗା ସରକାରୀ ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସମ୍ମାନିତ ଅତିଥି ଭାବେ ବରୀ ବିଧାୟକ ବିଶ୍ ରଞ୍ଜନ ମଲ୍ଲିକ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ପୂର୍ବାହ୍ନ ରେ ସୁବର୍ଣ୍ଣ ଜୟନ୍ତୀ ସ୍ତମ୍ଭକୁ ପଣ୍ଡିତ ମାତୃପ୍ରସାଦ ମିଶ୍ର ଉଦ୍ଘାଟନ କରିଥିଲେ । ପୁରାତନ ଛାତ୍ରସଂସଦ ସଭାପତି ରାଜେନ୍ଦ୍ର ପ୍ରସାଦ ସାମଲଙ୍କ ଅଧ୍ଯକ୍ଷତାରେ ମୁଖ୍ୟଅତିଥି ଭାବେ କଳିଙ୍ଗ କମର୍ସିଆଲ କ ପୌରେ ସନର ପରିଚାଳନା ନିର୍ଦ୍ଦେଶକ ଡ. ସୌମ୍ୟ ରଂଜନ ସାମଲ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ଯକ୍ଷ ৫. ଦେବ ପ୍ରସାଦ ସାମଲ, ସମ୍ମାନିତ ଅତିଥିଭାବେ ବରୀ ବିଧାୟକ ବିଶ୍ଵରଂଜନ ମଲ୍ଲିକ ଓ ସ୍ୱତନ୍ତ୍ର ଅତିଥି ଭାବେ ଭୁବନେଶ୍ଵରର ବିଦୁଭୂଷଣ ନାୟକ ଯୋଗଦେଇଥିଲେ । ବିଦ୍ୟାଳୟ ସ୍ଥାପନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବଦାନ୍ୟ ବ୍ୟକ୍ତି ଙ୍କୁ ସମ୍ବଦ୍ଧିତ କରା ରାଯାଇଥିଲା । ଅପରାହ୍ନ ଅଧିବେଶନରେ ମୁଖ୍ୟଅତିଥି ଭାବେ ଆଇନ, ପୂର୍ବ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗ ଗଦେଇ ଛାତ୍ରଛାତ୍ରୀଙ୍କୁ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ କୁଳ ପତି ଡ. କୁମରବର ଦାସ, ସମ୍ମାନିତ ଅତିଥି ଭାବେ ବରୀ ବିଧାୟକ ବିଶ୍ଵରଂଜନ ମଲ୍ଲିକ ଓ ସ୍ୱତନ୍ତ୍ର ଅତିଥିଭାବେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ ପିଲାମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।