କଳାହାଣ୍ଡି, ୧୦/୧୨ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧୁକରଣ ତରଫରୁ ଆଜି ତା; ୧୦.୧୨.୨୦୨୫ ରିଖ ଦିନ ଭବାନୀପାଟଣା ସ୍ଥିତ ପର୍ଯ୍ୟବେକ୍ଷଣ ଗୃହ ଏବଂ ସ୍ବତନ୍ତ୍ର ଗୁହ ଠାରେ ଜିଲ୍ଲା ଆଇନ ସେବା ପ୍ରାକରଣ ସଚିବ ସ୍ନିଗଧା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମାନବାଧିକାର ଦିବସ ପାଳନ ହୋଇଥିଲା । ମାନବ ଅଧୁକାର ଦିବସର ବିଷୟବସ୍ତୁ ହେଉଛି ସମସ୍ତଙ୍କ ପାଇଁ ସ୍ବାଧୀନତା,ସମାନତା ଏବଂ ନ୍ୟାୟ । ଭାରତୀୟ ସମ୍ବିଧାନରେ ମାନବ ଅଧିକାରକୁ ମୌଳିକ ଅଧିକାର ଭାବରେ ଉଲ୍ଲେଖ କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ମାନବ ଅଧିକାର ରେ ସ୍ବାସ୍ଥ୍ୟ, ଅର୍ଥନୈତିକ, ସାମାଜିକ ଏବଂ ଶିକ୍ଷାର ଅଧିକାର ମଧ୍ୟ ଅନ୍ତର୍ଭୁକ୍ତ ଅଛି ବୋଲି ସଚେତନ କରାଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାକରଣ ଦ୍ଵାରା ମାଗଣାରେ ପ୍ରଦାନ କରାଯାଉଥିବା ଆଇନ ସେବା ଉପରେ,ଲୋକ ଅଦାଲତର ଉପକାରିତା,ମଧ୍ୟସ୍ଥିତା ଓ ଆପୋସ ବୁଝାମଣାର ଲାଭ ବିଷୟରେ ମଧ୍ୟ ସଚେତନ କରାଯାଇଥିଲା। ଏହି ସଚେତନତା କର୍ଯ୍ୟକ୍ରମରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ବିମଲ କୁମାର ଚାନ୍ଦ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୀକରଣ, କଳାହାଣ୍ଡି, ସ୍ନିଗଧା ପଣ୍ଡା,ସିଭିଲ ଜଜ୍ (ପ୍ରୋବେସନ) ଶ୍ରୀ ଆରିୟ ସେନାପତି ଓ LADC Asst. ଶ୍ରୀ ଅଭିଷେକ ଭୋଇ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ବିମଲ କୁମାର ଚାନ୍ଦ ନିଜର ବକ୍ତବ୍ୟରେ ଆଇନ ସେବା ପ୍ରାଧିକରଣର ଆଇନ ଓ ମଧ୍ୟସୂତା କେନ୍ଦ୍ରରେ ସମାଧାନ କରାଯାଉଥିବା ବିଭିନ୍ନ ବିବାଦ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଜାତୀୟ ଆଇନ ସେବା ପ୍ରାଧୀକରଣର ର ଟୋଲଫ୍ରି ନମ୍ବର ବିଷୟରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଇବା ସହ ବିଭିନ୍ନ ଅସୁବିଧା ସମୟରେ ଏହି ନମ୍ବରର ସାହାର୍ଯ୍ୟ ନେବାପାଇଁ କହିଥିଲେ । ଏହି ସଚେତନତା କର୍ଯ୍ୟକ୍ରମଟି କୁ ସୁପରିଚାଳନା କରିବାପାଇଁ ପର୍ଯ୍ୟବେକ୍ଷଣ ଗୃହ ଏବଂ ସ୍ବତନ୍ତ୍ର ଗୃହର ସମସ୍ତ କର୍ମଚାରି ଓ ଅନ୍ତେବାସି ପୂର୍ଖ ସହଯୋଗ କରିଥିଲେ ।
କଳାହାଣ୍ଡି ସ୍ଵତନ୍ତ୍ର ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ
