Hot Posts

6/recent/ticker-posts

ରେଣ୍ଡୋ ମାଝୀ ସ୍ମାରକୀ କ୍ରିକେଟ୍ ଉଦ୍‌ଘାଟିତ, ପ୍ରଥମ ଦିବସରେ ଉପେର ଦଳ ବିଜୟୀ

କର୍ଲାମୁଣ୍ଡା, ୧୦/୧୨ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ତେରେସିଂହା ପଞ୍ଚାୟତ ଅନ୍ତର୍ଗତ ବିନ୍ଧାଣୀ ଗ୍ରାମର ରେଣ୍ଡୋ ମାଝୀ ସ୍ପୋର୍ଟ୍ସ କ୍ଲବ୍ ଆନୁକୂଲ୍ୟରେ ସ୍ଥାନୀୟ ମେଳନ ଖେଳପଡ଼ିଆ ଠାରେ ମହାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ ଙ୍କ ୧୭୦ତମ ସହିଦ ଦିବସ ସମାରୋହ ଓ ୩ୟ ରେଣ୍ଡୋ ମାଝୀ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଛି। ପ୍ରଥମେ ଗ୍ରାମର ଶ୍ରୀରାମ ମନ୍ଦିର ଠାରୁ ମେଳଣ ଖେଳ ପଡ଼ିଆ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରାରେ ବାହାରିଥିଲା। ସହିଦଙ୍କ ପ୍ରତିଛବିରେ ସୁରେଶ ଭୋଇ ପୂଜାର୍ଚ୍ଚନା କରିଥିବା ବେଳେ ସରପଞ୍ଚ ପ୍ରମୋଦ ସୁନା ସ୍ପୋର୍ଟ୍ସ କ୍ଲବ୍‌ର ପତାକା ଉତ୍ତୋଳନ କରିଥିଲେ। ଏଥିରେ ମାନବ ସେବାଟ୍ରଷ୍ଟ ପରିଚାଳକ ସଚିନ ଜୈନ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ନର୍ଲା ଜେ.ଏନ୍.ଭି ପୁରାତନ ଛାତ୍ରଛାତ୍ରୀ ସଂଗଠନ ସଭାପତି ତଥା ସମାଜସେବୀ ଲକ୍ଷ୍ମୀ ନାରାୟଣ ପଣ୍ଡା ମୁଖ୍ୟ ଅତିଥି, ପୂର୍ବତନ ସମିତି ସଭ୍ୟ ବିଦେଶୀ ଘିଭେଲା ମୁଖ୍ୟବକ୍ତା, କବି ତଥା ଯୁବ ସାମ୍ବାଦିକ ସୁଶାନ୍ତ ରଣା, ହରି ଶଙ୍କର ମାଝୀ, ନରେଶ ରଣା, ଶରତ ମହାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏଥିରେ ରେଣ୍ଡୋ ମାଝୀ ସ୍ପୋର୍ଟ୍ସ କ୍ଲବ୍ ସଭାପତି ଚରଣ ବାଗ ସଭାପତିତ୍ବ କରିଥିବା ବେଳେ ସୁମନ୍ତ ମାଝୀ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ଉଦ୍‌ଘାଟନୀ ମ୍ୟାଚରେ ଟୁର୍ଚ୍ଚି କୁ ହରାଇ ଉପେର ଦଳ ବିଜୟୀ ହୋଇଥିଲା। ମ୍ୟାଚକୁ ସୁନୀଳ, ନିଶାମଣି, ରୋହିତ, ବାପୁନୁ, ମୁକେଶ ପରିଚାଳନା କରିଥିଲେ । ସାଂସ୍କୃତିକ ସମ୍ପାଦକ ସୁମନ୍ତ ମାଝୀ ମ୍ୟାଚ ର ଧାରାବିବରଣୀ ପ୍ରଦାନ କରିଥିଲେ। ଏଥିରେ କ୍ଲବ୍‌ର ଉପସଭାପତି ଅମରଦାସ ହରପାଲ, ସମ୍ପାଦକ ଜଜ୍ଞ ଭୋଇ, ସହ ସମ୍ପାଦକ ଠାକୁର ହରପାଲ, କୋଷାଧ୍ୟକ୍ଷ ଗିରିଧାରୀ ଭୋଇ, ପ୍ରୋଜେକ୍ଟ ଡାଇରେକ୍ଟର ସଞ୍ଜିବ ନାଗ, କ୍ରୀଡ଼ା ସମ୍ପାଦକ ସୁରେଶ ଘିଭେଲା, ସଦସ୍ୟ ଗିରିଶ, ରାଜିନ୍ଦ୍ର, ଚିନ୍ତାମଣି, ସତ୍ୟ ରଞ୍ଜନ, ସୁଧୀର, ବିଶ୍ଵାମିତ୍ର, ମଧୁସୂଦନ, ମିତ୍ରଭାନୁ, ସୁରେନ୍ଦ୍ର, ଦୂରଦକ୍ଷ, ବୀର କିଶୋର ପ୍ରମୁଖ ସହଯୋଗ କରିଥିଲେ।


କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ