ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବ ଉଦଘାଟିତ
ପଦ୍ମପୁର, ୧୧/୧୨ ( ଆଶିଷ କୁମାର ଭୋଇ ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଳବ, ପଦ୍ମପୁର ଆୟୋଜିତ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଆଇ. ଜି. ହିମାଂଶୁ କୁମାର ଲାଲ ଓ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାଇ ମିନା ଅତିଥି ଭାବରେ ଯୋଗ ଦେଇ ବିଧି ବଦ୍ଧ ଭାବରେ ପଞ୍ଚମ ଲୋକ ମହୋତ୍ସବ ର ସାଂସ୍କୃତିକ ପର୍ବ କୁ ଉଦଘାଟନ କରିଛନ୍ତି। ତେବେ ଏ ଅଞ୍ଚଳ ହେଉଛି କଳା ଓ ସାଂସ୍କୃତିକ ର ଅଞ୍ଚଳ ଏଣୁ ଏହି ପରି ଆୟୋଜନ କଳାକାର ଙ୍କ ବିକାଶ ଏବଂ ହଜି ଯାଉଥିବା ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ଆୟୋଜିତ ହେବା ଉଚ୍ଚିତ ବୋଲି ସେ କହିଥିଲେ। କ୍ଳବ ର ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମେ ସମସ୍ତ ଅତିଥି ମା ସାମଲ୍ଵଶ୍ଵରୀ ଓ ବାବା ନୃସିଂହନାଥ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରିଥିବା ବେଳେ ସ୍ଥାନୀୟ ଟଙ୍କିକିଆ ସଂଗୀତ ବିଦ୍ୟାଳୟ ର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ତେବେ ଆଜିର ପର୍ବ ରେ କଣ୍ଠଶିଳ୍ପୀ ପୁଷ୍ପରାଜ ସୁନା ଏବଂ ଅଞ୍ଚଳ ମହାବିଦ୍ୟାଳୟ ର ସଂଗୀତ ଦଳ ଲୋକ ଗୀତ ସହ ସାଂସ୍କୃତିକ ସନ୍ଧ୍ୟା ର ଆରମ୍ଭ କରିଥିଲେ। ଗୁଜୁରାଟ ରୁ ଆସିଥିବା ବ୍ରହ୍ମହପୁରି ଦାଣ୍ଡିଆ ରାସ ସାଂସ୍କୃତିକ ଦଳ ନିଜର ମାନିୟାରୋ ରାସ ପ୍ରଦର୍ଶିତ କରିଥିବା ବେଳେ, ଓ ଏ ଭି ବନ୍ଧୁପାଲି ର ସାଂସ୍କୃତିକ ଦଳ ନିଜର ଲୋକ ନୃତ୍ୟ ପରିବେଷଣ କରିଥିଲେ, ସେହିପରି ନଟରାଜ ନୃତ୍ୟ ଅନୁଷ୍ଠାନ କଟକ ର ନେପାଲି ଲୋକ ନୃତ୍ୟ, ସମ୍ବଲପୁର ପାଞ୍ଚଭାୟା ଅନୁଷ୍ଠାନ ର ଡାଲଖାଇ ନୃତ୍ୟ, ଟଙ୍କିକିଆ ସଙ୍ଗୀତ ବିଦ୍ୟାଳୟ ର ନୁଆଁଖାଇ କୁ ନେଇ ନୃତ୍ୟ, ମୟୁରଭଞ୍ଜ ନୃତ୍ୟ ଅନୁଷ୍ଠାନ ର ଛଉ ପରି ସୁନ୍ଦର ନୃତ୍ୟ ପରିବେଶତ ହୋଇ ଥିବା ବେଳେ କଟକ ନଟରାଜ ନୃତ୍ୟ ଅନୁଷ୍ଠାନ ର ମାଛ୍ଵାରା, ସମ୍ବଲପୁର ପାଞ୍ଚଭାୟ ଅନୁଷ୍ଠାନ ର ସିଙ୍ଗାରୀ ଏବଂ ଗୁଜୁରାଟ ଭାୟୋଲିନ ନୃତ୍ୟ ଅନୁଷ୍ଠାନ ର ଗର୍ବା ପ୍ରଦର୍ଶନ ସମସ୍ତଙ୍କୁ ବେଶ ମୁଗ୍ଧ କରିଥିଲା। ତେବେ କମିଟି ପକ୍ଷରୁ ଅବସର ପ୍ରାପ୍ତ ଅଧ୍ୟାପକ କେଶରଞ୍ଜନ ପଧାନ ଓ ନାଟ୍ୟକାର ଅଶୋକ କୁମାର ବହିଦାର ମଞ୍ଚ କାର୍ଯ୍ୟକ୍ରମ ସୁଭାରମ୍ଭ କରିଥିଲେ। ସେହିପରି ମନିଷ କୁମାର ରଥ, ପ୍ରାଚୀ ପାଣିଗ୍ରାହୀ ଉଦଘୋଷକ ଦାୟିତ୍ୱ ତୁଲାଇ ଥିଲେ। ମହୋତ୍ସବ କମିଟି ପକ୍ଷରୁ ଶ୍ରୀ ବାଞ୍ଛାନିଧି ପଣ୍ଡା ଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ନିଜର ଅବଦାନ ପାଇଁ ମାନ ପାତ୍ର ଏବଂ ଉପଢ଼ୋକନ ଦେଇ ସମ୍ମାନିତ କରାଯାଇଥିବା ବେଳେ ମହୋତ୍ସବ ପାଇଁ ହୋଇଥିବା ଏକକ ଅଭିନୟ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ଦିଆଯାଇଥିଲା ସେହିପରି ପ୍ରତିଯୋଗିତା ରେ ବିଚାରକ ଦାୟିତ୍ୱ ତୁଲାଇ ଥିବା କିଶୋର ପାତ୍ର, ସନ୍ତୋଷ କୁମାର ମହାନ୍ତି, ଦିବ୍ୟ କିଶୋର ପଣ୍ଡା, ରାକେଶ ସାହୁ, ରାଜେନ୍ଦ୍ର କୁମାର ମହାନ୍ତି, ଅଶୋକ କୁମାର ବହିଦାର, ଆଶିଷ କୁମାର ବୈକାର, ବିଦେଶୀ ସାହୁ ଙ୍କୁ କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା।ତେବେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଳବ ର ସମ୍ପାଦକ କୃତଜ୍ଞତା ଓ ଧନୁବାଦ ଜଣାଇ ଆସନ୍ତା ସନ୍ଧ୍ୟାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମସ୍ତଙ୍କୁ ନିମନ୍ତ୍ରିତ କରିଥିଲେ।
ବରଗଡ଼ ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ