ଡଃ ବି.ଆର. ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ପାଳିତ
ବରୀ, ୧୫/୧୨ ( ରଂଜିତ ମହାନ୍ତି ) : ଆମ୍ବେଦକର ବିକାଶ ପରିଷଦ ବରୀ ପକ୍ଷରୁ ରବିବାର ଆମ୍ବେଦକର ଭବନ, ନେଉଳା ଠାରେ ମହାସମାରୋହରେ ଅନୁଷ୍ଠାନ ସଭାପତି ବିଶିଷ୍ଟ ଶିକ୍ଷାବିତ ଦୁର୍ଯ୍ୟଧନ ଦଳାଇ ଙ୍କ ସଭାପତିତ୍ୱରେ ଡଃ ବି.ଆର, ଆମ୍ବେଦକରଙ୍କ ୬୯ ତମ ମହାପ୍ରୟାଣ ଦିବସ ବରୀରେ ପାଳିତ ହୋଇଯାଇଅଛି । ଏହି ଅବସରରେ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, ବରୀ ର ପୂର୍ବତନ ବିଧାୟକା ଶ୍ରୀମତୀ ସୁନନ୍ଦା ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥୁବା ବେଳେ ରମ୍ପା ସରପଞ୍ଚ ମାନସ ଜେନା,ଆର୍ତ୍ତତ୍ରାଣ ମଲ୍ଲିକ, ହରିଶ୍ଚନ୍ଦ୍ର ଦାସ, ଅଭିନ କୁମାର ଜେନା, ଦୁଷ୍ମନ୍ତ ସେଠୀ, ବିଜୟ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବାବା ସାହେବ ଙ୍କ ଦେଶ ଓ ସମ୍ବିଧାନ ପ୍ରତି ଅବଦାନ ବିଷୟରେ ଆଲୋକପାତ କରିଥିଲେ । କୁନି ପ୍ରବଚକ ସାଇ ପ୍ରସାଦ ସମ୍ବିଧାନ କୁ ବଞ୍ଚେଇବା ପାଇଁ ଆଜି ଆମକୁ ବଜ୍ର ଶପଥ ନେବାକୁ ହେବ ବୋଲି ନିଜର ପ୍ରବଚନ ଅଭିଭାଷଣରେ ପ୍ରକାଶ କରିଥିଲେ