Hot Posts

6/recent/ticker-posts

ଆସ ସ୍କୁଲ ଯିବା ଅଭିଯାନ ର ଶିକ୍ଷା ସଭା ଟେମରୀ ହାଇ ସ୍କୁଲ ରେ ଅନୁଷ୍ଠିତ

ପାଇକମାଳ, ୧୧/୧୨ ( କୃଷ୍ଣ ଚନ୍ଦ୍ର ସାହୁ ) : ଆଜି ଗୁରୁବାର ଦିନ ଟେମରୀ ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଅଞ୍ଚଳର ବିଭିନ୍ନ ସ୍କୁଲ୍ ଶିକ୍ଷକ, ଅବିଭାବକ ମାନଙ୍କୁ ନେଇ ଏକ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ସଭାପତି ଭାବେ, ଟେମରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡ଼ୋଲାମଣୀ ଭୋଇ,ମୁଖ୍ଯ ଅତିଥି ଭାବେ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅନିତା ଭୋଇ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଟେମରୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦିଲ୍ଲିପ କୁମାର ବେହେରା, ବୁକୁରାମୁଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଫକୀର ମୋହନ ଭୋଇ, ଖୁର୍ଷାପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କପିଳ ବାଗ ଯୋଗ ଦେଇ ଅଞ୍ଚଳରେ ଥିବା 5+ରୁ 18 ବର୍ଷ ଭିତରେ ଶିକ୍ଷା ରୁ ଦୁରେଇ ଯାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଚିହ୍ନଟ କରିବା ସହ ତାଙ୍କୁ ଯୋଗାଯୋଗ କରି ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉତ୍ସାହିତ କରିଥିଲେ l ଏହି ସଭାକୁ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ମହେଶ୍ଵର ହରିପାଲ ଆୟୋଜନ କରିଥିଲେ ଏବଂ ସଭାକୁ ଟେମରୀ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଉସତଲାଲ୍ ବେଣ୍ଟକାର ସଞ୍ଚାଳନ କରିଥିଲେ ଏବଂ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରାଯାଇଥିଲା l 


ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ