Hot Posts

6/recent/ticker-posts

ଦୁଲକିଲା ଝରୀଗାଁ ବ୍ଲକ ସ୍ତରୀୟ ମଣ୍ଡେଇ ୨୦୨୫

ଝରୀଗାଁ, ୧୧/୧୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ମଣ୍ଡେଇ ୨୦୨୫ ଡିସେମ୍ବର ୧୩ ତାରିଖ ରେ ଆରମ୍ଭ ହେଉଥିବା ଜିଲ୍ଲା ସ୍ତରୀୟ ମଣ୍ଡେଇ କୁ ଆଖି ଆଗରେ ରଖି ବହୁ ଆଡ଼ମ୍ବର ସହ କାରେ ଝରିଗାଁ ବ୍ଲକ ସ୍ତରୀୟ ମଣ୍ଡେଇ ଅନୁଷ୍ଠିତ ହୋଇଯାଇଛି|ପ୍ରଥମେ ଗ୍ରାମ ର ଇଷ୍ଟ ଦେଵୀ ମା ଠାକୁରାଣୀଙ୍କ ମନ୍ଦିର ରୁ ପୂଜା ଅର୍ଚନା ସାରି ଏକ ବିରାଟ ଶୋହଭାଯାତ୍ରା ବାହାରିଥିଲେ| ଏତିରେ ଆଦିବାସୀ ନୃତ୍ୟ, ବନବାଡି, ଘୁମୁରା, ମଦଳୀ ସହ ନାଚ କରି ବହୁ ଆନନ୍ଦରେ ବାଜା ର ତାଳେ ତାଳେ ନାଚି ନାଚି ବାଣ ପୁଟେଇ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ର ପଡିଆ ଠାରେ ପହଂଚି ମଶାଲ ସ୍ଥାପନ କରିଥିଲେ |ସମସ୍ତ ଜନପ୍ରତିନିଧି,ସରକାରୀ କର୍ମଚାରୀ ପ୍ରମୁଖ ସାମିଲ ହୋଇ ବିଡିଓ ମଧୁସୂଦନ ମାଝୀ ଙ୍କ ତତ୍ୱାବଧାନରେ ଝରୀଗାଁ ବିଧାୟକ ନରସିଂ ଭତ୍ରା ବ୍ଲକ ଅଧ୍ଯକ୍ଷା ଦୁର୍ଗା ପ୍ରସାଦ ମାଝୀ, ସାଂସଦ ପ୍ରତିନିଧି, ଚନ୍ଦ୍ର ଭାନୁ ନାୟକ,ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନିକ ଭାବେ ମଣ୍ଡେଇ ଉଦଘାଟନ କରିଥିଲେ |ପରେ ଝରିଗାଁ ବ୍ଲକ ଅଧ୍ୟକ୍ଷା ଦୁର୍ଗାପ୍ରସାଦ ମାଝୀ ଙ୍କ ସଭାପତିତ୍ଵତରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ ଜିଲ୍ଲା ପରିଷଦ ଯମୁନା ଗଣ୍ଡ, ତ୍ରମିଳା ପୂଜାରୀ ତଥା ବିଭିନ୍ନ ପଞ୍ଚାୟତ ର ସମିତି ସଭ୍ୟ ସଭ୍ୟା ସରପଞ୍ଚ ପ୍ରମୁଖ ଯୋଗ ଦେଇ ଆଦିବାସୀ ମାନଙ୍କ ର ସଂସ୍କୃତିକ ପରମ୍ପରା ଓ ବିଭିନ୍ନ କ୍ଷେତ୍ରରେ ଳୁକାୟତ ପ୍ରତିଭାକୁ ଲୋକ ଲୋକକୁ ଆଣି ବିକାଶିତ ଓ ସଂରକ୍ଷଣ କରିବା ମଣ୍ଡେଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ଦେଇଥିଲ। ଶେଷରେ ଅତିଥି ମାନଙ୍କ ଦ୍ଵାରା ଝରିଗାଁ ବ୍ଲକ ର ନାଟଗୁରୁ ସଂଘର ସଭାପତି ଡମୁ ପନକା ଉପ ସଭାପତି ଭୁଜବଳ ଗୌଡ ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ଲକ୍ଷ୍ମୀ ନାରାୟଣ ଗାଣ୍ଡା ଧାରନାବେଡ଼ା ,ର ଶବର ଶବରଣି .ଚିପାଗୁଡ଼ାର ସାଇଲଡି କୋଇ ଗାଁର ଗତି ବାଜାକୁ ମାନପତ୍ର ପ୍ରଦାନ ସହ ସମ୍ବନ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଝରିଗାଁ ଏପିଓ ଦେବେନ୍ଦ୍ର ବେହେରା । ପରିଚାଳନା କରିଥିଲେ। ଝରିଗାଁ ବ୍ଳକ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟୋଲ ଖୋଲା ଯାଇ ସଚେତନତା କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିବା ବେଳେ ବହୁ ଦର୍ଶକ ଉପଭୋଗ କରିଥିଲେ।