ତେନ୍ତୁଳୀଖୁଣ୍ଟି, ୦୯/୧୨ ( ଶେଖର ଖୁରା ) : ଗତକାଲି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର କୃଷି କାର୍ଯ୍ୟାଳୟଠାରେ ଧାନ ପରବର୍ତ୍ତୀ ପଡିଆ ଜମି ର ପରିଚାଳନ ପାଇଁ ଡାଲି ଜାତୀୟ ବିହନ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି ଏହି କାର୍ଯ୍ୟକ୍ରମ କୁ ବ୍ଲକ୍ କୃଷି ଅଧିକାରୀ ଶ୍ରୀ ବରୁଣ ଧନଫୁଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ବିଧାୟକ ଗୌରୀ ଶଙ୍କର ମାଝୀ ଙ୍କ ପ୍ରତିନିଧି ଭାବେ ଅଚ୍ୟୁତାନନ୍ଦ ବିଷୋୟୀ ଓ ଅଞ୍ଚଳଗୁମା ମଣ୍ଡଳ ସଭାପତି ଅଭିମନ୍ୟୁ ହରିଜନ ଯୋଗ ଦେଇଥିଲେ କୃଷକ ଓଡ଼ିଶା ପୋର୍ଟାଲ ରେ ପଞ୍ଜୀକୃତ ଚାଷୀ ଙ୍କୁ ଧାନ ପରବର୍ତ୍ତୀ ପଡିଆ ଜମି ର ପରିଚାଳନା ପାଇଁ ମୁଗ,ମସୁରି, ବୁଟ୍ ବିହନ ଦିଆଯାଉଛି ଚଳିତ ରବି ରେ ୧୭୦୦ ହେକ୍ଟର ପାଇଁ ବୁଟ ବିହନ,୨୦୦ ହେକ୍ଟର ପାଇଁ ମୁଗ ବିହନ,୧୦୦ ହେକ୍ଟର ପାଇଁ ସୋରିଷ ବିହନ,୧୦୦ ହେକ୍ଟର ପାଇଁ ସୋରିଷ ବିହନ ତେନ୍ତୁଳିଖୁଣ୍ଟି ବ୍ଲକ୍ ଚାଷୀ ଙ୍କ ପାଇଁ ଆସିଛି ବୁଟ ବିହନହେକ୍ଟର ପିଛା ୪୦ କେଜି, ମୁଗ୍ ହେକ୍ଟର ପିଛା ୨୦ କେଜି,ମସୁରୀ ହେକ୍ଟର ପିଛା ୩୦ କେଜି ଦିଆଯିବା ବ୍ୟବସ୍ଥା ହୋଇଥିବା ବ୍ଲକ୍ କୃଷି ଅଧିକାରୀ ବରୁଣ ଧନଫୁଲ ପ୍ରକାଶ କରିଥିଲେ ଆଜି ସହକାରୀ କୃଷି ଅଧିକାରୀ ଭାବେ ଯୋଗ ଦେଇଥିବା ପ୍ରତିଭା ତିରିଆ ଙ୍କୁ ଏହି ଅବସରରେ ସ୍ବାଗତ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ ସହକାରୀ କୃଷି ଅଧିକାରୀ ଧିରେନ୍ ବେନ୍ୟା ,କୃଷି ପରିଦର୍ଶକ ବନ୍ଦିତା ମହାରଣା ,ମଧୁସ୍ମିତା ପତି,ଜିତେନ୍ଦ୍ର ଟାକ୍ରୀ ପ୍ରମୁଖ ଯୋଗ ରାଜ୍ୟ ସରକାର ଙ୍କ ଧାନ ପରବର୍ତ୍ତୀ ପଡିଆ ଜମି ପରିଚାଳନ ପାଇଁ ଦିଆ ଯାଉଥିବା ସୁବିଧା ସୁଯୋଗ ସମ୍ପର୍କ ରେ ଉପସ୍ଥିତ ଚାଷୀ ଙ୍କୁ ଅବଗତ କରାଇ ଅନ୍ୟାନ୍ୟ ଚାଷୀ ଙ୍କୁ ଏହାର ସୁଯୋଗ ନେବାକୁ ପ୍ରେରୀତ କରିଥିଲେ କାର୍ଯ୍ୟକ୍ରମ ପରିଚାଳନ ରେ କୃଷି ବୈଷୟିକ ସହାୟକ ବାଳ ଗୋବିନ୍ଦ ସାହୁ ,ଆଶିଷ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ,ବ୍ଲକ୍ ର ବିଭିନ୍ନ ଗ୍ରାମ ରୁ ୭୦ ରୁ ଉର୍ଦ୍ଧ ଚାଷୀ ଯୋଗଦାନ କରିଥିଲେ l
ଜିଲ୍ଲା ପ୍ରତିନିଧି ଶେଖର ଖୁରାଙ୍କ ରିପୋର୍ଟ ନବରଙ୍ଗପୁର l


